ଓଡିଶା

odisha

ETV Bharat / bharat

ସଞ୍ଜୟଙ୍କୁ ଫଡନାଭିସଙ୍କ ଜବାବ, ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ଦେବା ବନ୍ଦ କର - ସଞ୍ଜୟଙ୍କୁ ଫଡନାଭିସଙ୍କ ଜବାବ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସ୍ଥାନକୁ ନେଇ ସଞ୍ଜୟ ରାଉତଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଅଧିକ ପଢନ୍ତୁ

Fadnavis on Rauts claim
Fadnavis on Rauts claim

By ETV Bharat Odisha Team

Published : Jan 16, 2024, 10:00 PM IST

Updated : Jan 17, 2024, 6:47 AM IST

ମୁମ୍ବାଇ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଶିବସେନା (ଉଦ୍ଧବଗୋଷ୍ଠୀ) ରାଜ୍ୟସଭା ସାସଂଦ ସଞ୍ଜୟ ରାଉତଙ୍କ ବିବାଦୀୟ ମନ୍ତବ୍ୟକୁ କଡ଼ା ସମାଲୋଚନା କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଶିବସେନା (ଉଦ୍ଧବ ଗୋଷ୍ଠୀ) କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ କରିବା ବନ୍ଦ କରୁ ବୋଲି କହିଛନ୍ତି ଫଡନାଭିସ । ରାମ ମନ୍ଦିର ବିବାଦିତ ସ୍ଥାନ ଠାରୁ ପ୍ରାୟ 3କିମି ଦୂରରେ ନିର୍ମିତ ହୋଇଥିବା ଅଭିଯୋଗ ଆଣିଥିଲେ ସଞ୍ଜୟ ।

ଆଜି (ମଙ୍ଗଳବାର) ମୁମ୍ବାଇ ଦେବୀ ମନ୍ଦିର ପରିଦର୍ଶନ କରିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଫଡନାଭିସ କହିଛନ୍ତି, "ମୁଁ ମୂର୍ଖଙ୍କ ସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନି । ହେଲେ ଗୋଟିଏ କଥା କହିବି ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଅପମାନ ଦେବା ବନ୍ଦ କର । ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନରେ ଶିବସେନା ଉଦ୍ଧବ ଗୋଷ୍ଠୀର କୌଣସି ଭୂମିକା ନାହିଁ । ତେବେ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭୁଲ ।" ସୋମବାର ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ ଅଯୋଧ୍ୟା ରାମ ମନ୍ଦିର ତାର ପ୍ରକୃତ ସ୍ଥାନଠାରୁ 3କିମି ଦୂରରେ ନିର୍ମିତ ହୋଇଛି ବୋଲି ଅଭିଯୋଗ ଆଣିଥିଲେ ।

ଏହା ବି ପଢନ୍ତୁ- କାହିଁକି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେନି ପୁରୀ ଶଙ୍କରାଚାର୍ଯ୍ୟ, କହିଲେ କାରଣ

ଏନେଇ ଗତକାଲି ସଞ୍ଜୟ ରାଉତ କହିଥିଲେ, "ରାମ ମନ୍ଦିର ସେହି ସ୍ଥାନରେ ନିର୍ମାଣ କରାଗଲା ନାହିଁ ଯେଉଁଠାରେ ହେବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ବାସ୍ତବ ସ୍ଥାନଠାରୁ 3କିମି ଦୂରରେ ମନ୍ଦିର ନିର୍ମାଣ କରାଯାଇଛି । ହେଲେ ବିଜେପି ଏହା ଉପରେ କେବେ ବି ଆଲୋଚନା କରିବ ନାହିଁ । ବିବାଦିତ ସ୍ଥାନଟି ଆଜି ସେମିତି ରହିଛି । ସେଠାରେ ମନ୍ଦିର ନିର୍ମାଣ କରାଯାଇନାହିଁ।" ରାମ ମନ୍ଦିର ଯିବା ପ୍ରସଙ୍ଗରେ ରାୱତ କହିଥିଲେ ଯେ ଭଗବାନ ରାମ ହେଉଛନ୍ତି ସମସ୍ତଙ୍କର । ଯାହାକୁ ନିମନ୍ତ୍ରଣ ମିଳିଛି ବା ନ ମିଳିଛି ସମସ୍ତେ ମନ୍ଦିରକୁ ଯାଇପାରିବେ ।

ଏହା ବି ପଢନ୍ତୁ- 22ରେ ଅଯୋଧ୍ୟା ପାଳିବ ଦୀପାବଳି: ଦୀପ ଚାହିଦା ବୃଦ୍ଧି, ଉତ୍ସାହିତ କୁମ୍ଭକାର

ଅନ୍ୟପଟେ ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପ୍ରାଣ ପ୍ରତିଷ୍ଠା ଉତ୍ସବର ଗୋଟିଏ ସପ୍ତାହ ପୂର୍ବରୁ ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ କରିବାକୁ ଯାଉଛି । ଜାନୁଆରୀ 22 ତାରିଖରେ ଶତାଧିକ ଭିଭିଆଇପି ଅତିଥି ଯୋଗଦେବେ । ସେପଟେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ 4ଧାମର ଶଙ୍କରାଚାର୍ଯ୍ୟ ବର୍ଜନ କରିଛନ୍ତି । ସେପଟେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତରେ ରୀତିନୀତି ଅନୁସାରେ ହେଉନାହିଁ ପ୍ରାଣ ପ୍ରତିଷ୍ଠା ଉତ୍ସବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2024, 6:47 AM IST

ABOUT THE AUTHOR

...view details