ମୁମ୍ବାଇ:ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେବାକୁ ଯାଉଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଶାସକ NDA ମେଣ୍ଟ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ବିରୋଧୀ ମେଣ୍ଟ ମାର୍ଗରେଟ ଅଲଭାଙ୍କୁ ସେମାନଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ତେବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପୂର୍ବରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ସାରିଥିବା ଶିବସେନା କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ସମର୍ଥନ ଦେବ । ଏନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ନିର୍ବାଚନରେ ଶାସକ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା - ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀଙ୍କୁ ଶିବସେନାର ସମର୍ଥନ
ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବା ଶିବସେନା, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ଦେବ ସମର୍ଥନ । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସୂଚନା । ଅଧିକ ପଢନ୍ତୁ
ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା
ରାଉତ କହିଛନ୍ତି, "ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ଜଣେ ଆଦିବାସୀ ମହିଳା । ତେଣୁ ତାଙ୍କ ପ୍ରତି ଦେଶରେ ଭିନ୍ନ ଏକ ସମ୍ବେଦନଶୀଳତା ଦେଖିବାକୁ ମିଳିଛି । ଶିବସେନାର ଅନେକ ବିଧାୟକ ଓ ସାସଂଦ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ପୃଷ୍ଠଭୂମିରୁ ରହିଛନ୍ତି । ତେଣୁ ଶିବସେନା ଦ୍ରୌପଦୀଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛି । କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ସମର୍ଥନ ଦେବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ