ନୂଆଦିଲ୍ଲୀ:କୋଭିଡ ପରିଚାଳନା ନେଇ କେନ୍ଦ୍ର ଉପରେ ବର୍ଷିଛି ଶିବସେନା । କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ବିଫଳ ହୋଇଛି । ଏହା ସ୍ପଷ୍ଟ ଯେ ନେହେରୁ -ଗାନ୍ଧୀଙ୍କ ଦ୍ବାରା ଗଠିତ ହୋଇଥିବା ପ୍ରଣାଳୀରେ ଭାରତ ତିଷ୍ଠିଛି ବୋଲି କହିଛି ଶିବସେନା ।
ପାକିସ୍ତାନ,ରୁୱାଣ୍ଡା ଏବଂ କଙ୍ଗୋ ଭଳି ଦେଶ ଅନ୍ୟ ଦେଶଠାରୁ ସାହାଯ୍ୟ ଲୋଡୁଥିଲେ । ମାତ୍ର ବର୍ତ୍ତମାନ ଶାସକଙ୍କର ଭୂଲ ରଣନୀତି ପାଇଁ ଭାରତ ବିଶ୍ବରେ ଅନ୍ୟ ଦେଶଗୁଡିକରୁ ସାହାଯ୍ୟ ଲୋଡୁଛି ବୋଲି କହିଛି ଶିବସେନା । ଅନେକ ଗରିବ ଦେଶ ଭାରତକୁ ସାହାଯ୍ୟ ପ୍ରଦାନ କରୁଛନ୍ତି । ଏହି ଘଟଣାରୁ ସ୍ପଷ୍ଟ ଯେ, ନେହେରୁ ଓ ଗାନ୍ଧୀଙ୍କ ଦ୍ବାରା ଗଠିନ ହୋଇଥିବା ପ୍ରଣାଳୀରେ ଭାରତ ବଞ୍ଚିଛି ବୋଲି କହିଛି ଶିବସେନା ।
ଭାରତରେ କୋରେନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିଥିବାରୁ ଭାରତରୁ ବିଶ୍ବ ପ୍ରତି ବିପଦ ରହିଛି ବୋଲି ୟୁନିସେଫ ଆଶଙ୍କା ପ୍ରକାଶ କରିଛି । କୋରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ଅନେକ ଦେଶ ସାହାଯ୍ୟର ହାତ ବଢାଇଛି । ବାଂଲାଦେଶ 10,000 ରେମଡେସିଭିର ଡୋଜ ପଠାଇଥିବାବେଳେ ଭୂଟାନ ମେଡିକାଲ ଅମ୍ଳଜାନ ପଠାଇଛି। ନେପାଳ, ମିଆଁମାର ଏବଂ ଶ୍ରୀଲଙ୍କା ମଧ୍ୟ 'ଆର୍ମନିର୍ଭର' ଭାରତକୁ ସହାୟତା ପ୍ରଦାନ କରିଛନ୍ତି ବୋଲି ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଦଳ କହିଛି ।