ମୁମ୍ବାଇ:ଏମିତି ବି ମୃତ୍ୟୁ ଆସେ । ପରିବାର ସହ ଦୁବାଇରେ ସପିଂ କରୁଥିଲେ ମହାରାଷ୍ଟ୍ରର ଶିବସେନା ବିଧାୟକ ରମେଶ ଲାଟକେ(Mumbai MLA Ramesh Latke) । ହଠାତ ଆସିଲା ହାର୍ଟଆଟାକ୍, ଆଉ ସେଇଠି ଟଳିପଡିଲେ ବିଧାୟକ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କର ମୃତଶରୀର ମୁମ୍ବାଇ ଆଣିବାକୁ ଯୋଜନା ହେଉଥିବା କହିଛନ୍ତି ସାଂସଦ ଓ ମୁଖ୍ୟପାତ୍ର ସଞ୍ଜୟ ରାଉତ ।
ପରିବାର ସହ ସପିଂ କରୁଥିଲେ, ହୃଦଘାତ୍ରେ ଟଳିପଡିଲେ ବିଧାୟକ - ମୁମ୍ବାଇରେ ମହାରାଷ୍ଟ୍ରର ବିଧାୟକଙ୍କ ମୃତ୍ୟୁ
ପରିବାର ସହ ମୁମ୍ବାଇ ଯାଇଥିଲେ ମହାରାଷ୍ଟ୍ରରର ଶିବସେନା ବିଧାୟକ ରମେଶ ଲାଟକେ । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଶିବସେନା ସାଂସଦ ଓ ମୁଖ୍ୟପାତ୍ର ସଞ୍ଜୟ ରାଉତ କହିଛନ୍ତି । ଅଧିକ ପଢନ୍ତୁ
ମୁମ୍ବାଇରେ ବୁଲୁଥିଲେ ବିଧାୟକ, ହୃଦଘାତରେ ଚାଲିଗଲା ଜୀବନ
ସୂଚନା ଅନୁଯାୟୀ, ପରିବାର ଲୋକେ ସପିଂ କରୁଥିବା ବେଳେ ରମେଶ ବଡଧରଣର ହୃଦଘାତର ଶିକାର ହୋଇଥିଲେ । ପରେ ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ଅନିଲ ପାରାବ କହିଛନ୍ତି ଯେ, "ବିଧାୟକଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନକୁ ଆମେ ଅପେକ୍ଷା କରିଛୁ । ଏଥିସହ ଏ ବିଷୟରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଛୁ ।" ରମେଶ ଲାଟକେ ଶିବସେନା ପକ୍ଷରୁ ଅନ୍ଧେରି ପୂର୍ବ ଆସନରୁ ୨ଥର ବିଧାୟକ ହୋଇଥିଲେ । ଏହା ପୂର୍ବରୁ ସେ ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରେ ଏକାଧିକବାର କର୍ପୋରେଟର ଭାବେ ଦାୟିତ୍ବ ତୁଲାଇଥିଲେ ।