ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ମହାଡ୍ରାମା ଜାରି: ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଲା ଶିବସେନା - ମହାରାଷ୍ଟ୍ର ରାଜନୈତିକ ସଙ୍କଟ

ମହାରାଷ୍ଟ୍ରର ମହାଡ୍ରାମା ଜାରି । ଗତକାଲି ରାତିରୁ ଗାଏବ 12 ବିଧାୟକ । ଗୁଜୁରାଟ ସୁରଟରେ ଏକ ହୋଟେଲରେ ଥିବା ସନ୍ଦେହ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଲା ଶିବସେନା । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ମହାଡ୍ରାମା ଜାରି: ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଲା ଶିବସେନା
ମହାରାଷ୍ଟ୍ରରେ ମହାଡ୍ରାମା ଜାରି: ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଲା ଶିବସେନା

By

Published : Jun 21, 2022, 4:45 PM IST

ମୁମ୍ବାଇ:ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ଉଦ୍ଧବ ଠାକରେଙ୍କ ସରକାର ପ୍ରତି ସଙ୍କଟ ଦେଖାଯାଇଛି । ଏହାରି ମଧ୍ୟରେ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ଅପସାରଣ କରିଛି ଦଳ । ସିନ୍ଧେଙ୍କ ସ୍ଥାନରେ ଅଜୟ ଚୌଧୁରୀ ନୂଆ ବିଧାୟକ ଦଳ ନେତା ଭାବେ ଦାୟିତ୍ବ ସମ୍ଭାଳିବା ନେଇ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । 2019 ନଭେମ୍ବରରେ ସିନ୍ଧେଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲା ଦଳ ।

ଏହା ମଧ୍ୟ ପଢନ୍ତୁ :-ସୁରତରେ ପହଞ୍ଚିଲେ ୧୧ ଶିବସେନା ବିଧାୟକ, ସଙ୍କଟରେ ଉଦ୍ଧବ ସରକାର !

ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ ୧୦ରୁ ୧୩ ଜଣ ଶିବସେନା ବିଧାୟକଙ୍କୁ ଧରି ବିଜେପି ଶାସିତ ରାଜ୍ୟ ଗୁଜୁରାଟର ସୁରତରେ ପହଞ୍ଚିଥିବା ଚର୍ଚ୍ଚା ହେଉଛି । ସିନ୍ଧେ ବିଜେପି ପ୍ରଦେଶ ଅଧ୍ୟକ୍ଷ ସି.ଆର ପାଟିଲଙ୍କ ସହ ସମ୍ପର୍କରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଉଦ୍ଧବ ଠାକରେଙ୍କ ସରକାରଙ୍କ ପ୍ରତି ସଙ୍କଟ ଦେଖାଯାଇଛି ।

ସିନ୍ଧେଙ୍କ ପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାର୍ଯ୍ୟାନୁଷ୍ଠାନ ପରେ ଏକନାଥ ସିନ୍ଧେଙ୍କର ଏକ ଟ୍ବିଟ ମଧ୍ୟ ସାମ୍ନାକୁ ଆସିଛି । ସିନ୍ଧେ କହିଛନ୍ତି ସେ ବାଲ ଠାକରେଙ୍କ ଠାରୁ ସେ ଶିକ୍ଷା ପାଇଛନ୍ତି । ବାଲ ଠାକରେ ତାଙ୍କୁ ହିନ୍ଦୁତ୍ବର ଶିକ୍ଷା ପ୍ରଦାନ କରିଛନ୍ତି । ସେ କେବେ ହେଲେ ପ୍ରତାରଣା କରିପାରିବେ ନାହିଁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details