ଓଡିଶା

odisha

ETV Bharat / bharat

Cyclone Jawad Alert; ସମୀକ୍ଷା କଲେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ - Ports Shipping and Waterways Sarbananda Sonowal monitoring situation Cyclone Jawad

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ(Union Minister of Ports, Shipping and Waterways Shri Sarbananda Sonowal) ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସୀ ଯୋଗେ ବନ୍ଦର ଅଧ୍ୟକ୍ଷ ତଥା ଓଡିଶା, ଆନ୍ଧ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଉପକୂଳବର୍ତ୍ତୀ ଅଞ୍ଚଳର ସହଯୋଗୀ( Port Chairmen and stakeholders of coastal areas ) ଙ୍କ ସହ ସାମ୍ଭାବ୍ୟ ବାତ୍ୟା ଜୱାଦ(Cyclone Jawad) ଯୋଗୁଁ ଆସନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Cyclone Jawad Alert;
Cyclone Jawad Alert;

By

Published : Dec 2, 2021, 10:59 PM IST

Updated : Dec 3, 2021, 7:10 AM IST

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ(Union Minister of Ports, Shipping and Waterways Shri Sarbananda Sonowal) ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସୀ ଯୋଗେ ବନ୍ଦର ଅଧ୍ୟକ୍ଷ ତଥା ଓଡିଶା, ଆନ୍ଧ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଉପକୂଳବର୍ତ୍ତୀ ଅଞ୍ଚଳର ସହଯୋଗୀ( Port Chairmen and stakeholders of coastal areas ) ଙ୍କ ସହ ସାମ୍ଭାବ୍ୟ ବାତ୍ୟା ଜୱାଦ(Cyclone Jawad) ଯୋଗୁଁ ଆସନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

Cyclone Jawad Alert; ସମୀକ୍ଷା କଲେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ସୋନୋୱାଲ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବାତ୍ୟା ଜୱାଦ ନେଇ ସମସ୍ତଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସମସ୍ତ ପରିବହନ ଜାହାଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଉଛି । ଜରୁରୀକାଳୀନ ଜାହାଜ ମୁତୟନ କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କେମିକାଲ ଆଣ୍ଡ ପେଟ୍ରୋକେମିକାଲ ପରି ଶିଳ୍ପ ପ୍ରତିଷ୍ଠାନ ଗୁଡିକ ଉପରେ ମଧ୍ୟ ସତର୍କ ନଜର ରଖିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

@IANS

Last Updated : Dec 3, 2021, 7:10 AM IST

For All Latest Updates

TAGGED:

ABOUT THE AUTHOR

...view details