ଓଡିଶା

odisha

By ETV Bharat Odisha Team

Published : Dec 8, 2023, 9:44 PM IST

ETV Bharat / bharat

ସିମଲାରେ ନିର୍ମାଣ ହେବ ଦେଶର ଦ୍ବିତୀୟ ସର୍ବବୃହତ ରୋପ ୱେ, ୧୩କିମି ଯାତ୍ରା କରିବେ ପର୍ଯ୍ୟଟକ

India's Longest Ropeway Built In Shimla: ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ନିର୍ମାଣ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ ରୋପ ୱେ । ଆକାଶମାର୍ଗରେ ୧୩କିମି ଯାତ୍ରା କରିବେ ପର୍ଯ୍ୟଟକ । ଅଧିକ ପଢନ୍ତୁ

Etv Bharat
Etv Bharat

ସିମଲା:ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ନିର୍ମାଣ ହେବାକୁ ଯାଉଛି ଦେଶର ଦ୍ବିତୀୟ ସର୍ବବୃହତ ରୋପ-ୱେ । ସ୍ଥାନୀୟ ସରକାର ରୋପୱେ ଟ୍ରାନ୍ସପୋର୍ଟ ପ୍ରକଳ୍ପ ଅଧୀନରେ ଏହାକୁ ହାତକୁ ନେଇଥିବା ବେଳେ ଆକାଶମାର୍ଗରେ ଦୀର୍ଘ ୧୩କିମି ଯାତ୍ରା କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବେ ପର୍ଯ୍ୟଟକ । ଏ ସମ୍ପର୍କରେ ହିମାଚଳପ୍ରଦେଶ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରି ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହି ଘୋଷଣା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ସିମଲାରେ ନିର୍ମାଣ ହେବ ଦେଶର ଦ୍ବିତୀୟ ସର୍ବବୃହତ ରୋପ ୱେ

ଖର୍ଚ୍ଚ ହେବ ଏତିକି:-ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରି କହିଛନ୍ତି ଯେ ସିମଲାର ଏହି ରୋପୱେ ପରିବହନ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଦେଶର ଦ୍ବିତୀୟ ବୃହତ୍ତମ ରୋପୱେ ପରିବହନ ପ୍ରକଳ୍ପ ହେବାକୁ ଯାଉଛି । ଏହି ପ୍ରକଳ୍ପ ଲାଗି ଆବଶ୍ୟକ ଥିବା ମଞ୍ଜୁରୀ ଏବଂ ଆବଶ୍ୟକ ପ୍ରକ୍ରିୟା ଶେଷ ହୋଇଛି । ତଥାପି ଜଙ୍ଗଲ ବିଭାଗରୁ କ୍ଲିୟରାନ୍ସ ନିଆଯାଉଛି । ୧୫୫୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପ୍ରସ୍ତୁତ ହେବ । ଯେଉଁଥିରେ ଶିମଲାରେ ୧୩.୭୯ କିଲୋମିଟର ଲମ୍ବା ରୋପୱେ ନେଟୱାର୍କ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରି କହିଛନ୍ତି ।

ଏହା ବି ପଢନ୍ତୁ- ବିଶ୍ବ ପର୍ଯ୍ୟଟନ ଦିବସ, ଜାଣନ୍ତୁ ହିମାଚଳ ପ୍ରଦେଶର ପର୍ଯ୍ୟଟନ ସମ୍ପର୍କରେ.

ପର୍ଯ୍ୟଟକଙ୍କ ପାଇଁ ରହିଛି ଏହି ସୁବିଧା:- ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରି କହିଛନ୍ତି ଯେ ଏହି ରୋପୱେ ପ୍ରକଳ୍ପରେ ୧୩ଟି ଷ୍ଟେସନ ରହିବ । ଏହା ବ୍ୟତୀତ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୨୨ଟି କ୍ୟାବିନ ସ୍ଥାପନ କରାଯିବ ଏବଂ ସମ୍ପୂର୍ଣ୍ଣ ପର୍ଯ୍ୟାୟରେ ୬୬୦ଟି କ୍ୟାବିନ ରହିବ । ପ୍ରତ୍ୟେକ କ୍ୟାବିନରେ ୮ରୁ ୧୦ ଜଣ ପର୍ଯ୍ୟଟନ ଯାତ୍ରା କରିବାର କ୍ଷମତା ରହିବ । ଏଥିସହିତ ଷ୍ଟେସନରେ ୨ରୁ ୩ ମିନିଟ ମଧ୍ୟରେ ଲୋକଙ୍କ ପାଇଁ କ୍ୟାବିନ ଉପଲବ୍ଧ ହେବ । ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କର ସହଯୋଗରେ ପିପିପି ମୋଡରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । ହିମାଚଳ ପ୍ରଦେଶ ସରକାର ମଧ୍ୟ ଏଥିରେ ଅଂଶୀଦାର ଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

କେଉଁଠି ରହିବ ୧୩ଟି ଷ୍ଟେସନ:-ଉପରାଷ୍ଟ୍ରପତି ମୁକେଶ ଅଗ୍ନିହୋତ୍ରି କହିଛନ୍ତି ଯେ ତାରାଦେବୀରେ ପ୍ରଥମ ଷ୍ଟେସନ ନିର୍ମାଣ ହେବ। ଏହାପରେ ଜୁଡିସିଆଲ୍ କମ୍ପ୍ଲେକ୍ସ, ଟୁଟିକଣ୍ଡି ପାର୍କିଂ, ନ୍ୟୁ ଆଇଏସବିଟି ଟୁଟିକଣ୍ଡି, ରେଳ ଷ୍ଟେସନ, ପୁରୁଣା ଆଇଏସବିଟି ସିମଲା, ଲିଫ୍ଟ, ସଚିବାଳୟ ଛୋଟା ସିମଲା, ନବ ବିହାର, ସଞ୍ଜୌଲି, ଆଇଜିଏମସି, ଆଇସ୍‌ ସ୍କେଟିଂ ରିଙ୍କ ନିର୍ମାଣ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details