ଓଡିଶା

odisha

ETV Bharat / bharat

ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହେଓ୍ବାଜ ସରିଫ - ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ

ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହଓ୍ବାଜ ସରିଫ । ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହେଓ୍ବାଜ ସରିଫ
ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହେଓ୍ବାଜ ସରିଫ

By

Published : Apr 12, 2022, 10:33 AM IST

ଇସଲାମାବାଦ: ନିର୍ବାଚିତ ହେବାର କିଛି ଘଣ୍ଟା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ମୁଖ୍ୟ ସେହଓ୍ବାଜ ସରିଫ ଆଜି (ସୋମବାର) ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେହଓ୍ବାଜ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନଭାଇ ।

ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପାଇଁ ପାକିସ୍ତାନ ସଂସଦରେ ମୋଟ 172 ରୁ ଅଧିକ ଭୋଟ ଆବଶ୍ୟକ ହେଉଥିବା ବେଳେ 174 ଭୋଟରେ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚିତ ହୋଇଥିଲେ ସରିଫ । ସରିଫଙ୍କୁ ସିନେଟର ଅଧ୍ୟକ୍ଷ ସାଦିକ ସଞ୍ଜାରାନୀ ଶପଥ ପାଠ କରାଇଛନ୍ତି । ସରିଫ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details