ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସହମତି ପ୍ରକାଶ । ଶୁକ୍ରବାର ସୁପ୍ରିମକୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କ ଆବେଦନକୁ ଗୁରୁତର ସହ ନେଇ ଶୁଣାଣି କରିବାକୁ ସହମତି ପ୍ରକାଶ କରିବା ସହ CBIକୁ ଏନେଇ ଜବାବ ମାଗିଛନ୍ତି । ୨ ସପ୍ତାହ ପରେ ମାମଲାର ହେବ ଶୁଣାଣି ।
ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଏକ ବେଞ୍ଚ, ସିବିଆଇକୁ ନୋଟିସ୍ ଜାରି କରିଛନ୍ତି । ମୁଖାର୍ଜୀଙ୍କ ଓକିଲ ମୁକୁଲ ରୋହତଗୀ ଯୁକ୍ତି ବାଢିଛନ୍ତି ଯେ, ମାମଲା ମଧ୍ୟକୁ ତାଙ୍କ ମହକିଲ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜଡିତ କରାଯାଇଛି ଏବଂ ଅଧିକାଂଶ ସାକ୍ଷୀଙ୍କ ଯାଞ୍ଚ କରାଯାଇ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦେଢବର୍ଷ ମଧ୍ୟରେ କୌଣସି ସାକ୍ଷୀଙ୍କୁ ଯାଞ୍ଚ କରାଯାଇ ନଥିବାବେଳେ ମୁଖାର୍ଜୀଙ୍କ ସ୍ୱାମୀଙ୍କୁ ମଧ୍ୟ ଜାମିନ ମିଳିସାରିଛି । ବର୍ତ୍ତମାନ ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ ଥିବାବେଳେ ଟ୍ରାଏଲ କୋର୍ଟରେ ହାଜର ପାଇଁ କୌଣସି ପ୍ରିଜାଇଡିଂ ଅଫିସର ମଧ୍ୟ ନାହାନ୍ତି ।
ଏହା ମଧ୍ୟ ପଢନ୍ତୁ:-Sheena Bora Murder Case: ବଞ୍ଚିଛନ୍ତି ସିନା ବୋରା, CBIକୁ ଚିଠି ଲେଖିଲେ ଇନ୍ଦ୍ରାଣୀ