ଲକ୍ଷ୍ନୌ: ପ୍ରଥମେ ବିବାଦୀୟ ପରେ ଫେରାର । ଆଉ 3 ଦିନ ଧରି ପୋଲିସ ଟିମର ଅପରେସନରେ ଗତକାଲି(ମଙ୍ଗଳବାର) ଗିରଫ ହୋଇଥିଲେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ। ଗିରଫ ପରେ ନରମି ଯାଇଛନ୍ତି ଶ୍ରୀକାନ୍ତ । ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଲାଗୁଛି ସେ ଅନୁତପ୍ତ । ମହିଳାଙ୍କୁ ଦୁର୍ବ୍ୟହାର କରିଥିବା ଅଭିଯୋଗରେ ଗିରଫ ଶ୍ରୀକାନ୍ତ କହିଛନ୍ତି, ''ପୀଡିତା ମହିଳା ମୋ ଭଉଣୀ ପରି। ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି ।''
୪ ଦିନ ଧରି ଫେରାର ଥିବା ଶ୍ରୀକାନ୍ତ ତ୍ୟାଗିଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଥିଲା। ମେରଟରୁ ନୋଏଡା ପୋଲିସ ତାଙ୍କୁ ବାନ୍ଧିଥିଲା । ଏସଟିଏଫ ଓ ପୋଲିସର 12ଟି ଟିମ ତାଙ୍କୁ ଖୋଜୁଥିଲା । ନୋଏଡାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର ମାମଲାରେ ସୁରଜପୁର କୋର୍ଟ ତ୍ୟାଗୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। କୋର୍ଟକୁ ଯିବା ସମୟରେ ସେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ପୀଡିତା ମହିଳା ତାଙ୍କ ଭଉଣୀ ପରି ଓ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି ଏବଂ ତାଙ୍କୁ ରାଜନୈତିକ ରୂପେ ହଟାଇବାକୁ ଚେଷ୍ଟା କରାଯାଉଥିବା କହିଥିଲେ ଶ୍ରୀକାନ୍ତ । ସେ ଆହୁରି କହିଛନ୍ତି, ''ଘଟଣା ନେଇ ମୁଁ ଅନୁତପ୍ତ । ସେ ମୋ ଭଉଣୀ ପରି । ଘଟଣାଟି ରାଜନୈତିକ ।''