ଓଡିଶା

odisha

ETV Bharat / bharat

Sansad TV showରୁ ଶଶୀ ଥରୁରଙ୍କ ଇସ୍ତଫା - ସଂସଦ ଟିଭି କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ଥରୁର

ସଂସଦ ଟିଭି (Sansad TV)ରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକରିବେ ନାହିଁ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ନିଲମ୍ବିତ ସାଂସଦଙ୍କୁ ନୈତିକ ସମର୍ଥନ ଦର୍ଶାଇ ଦେଲେ ଇସ୍ଥଫା । କହିଲେ ମନମୁଖି ହେବାରେ ଲାଗିଲାଣି ଗଣତାନ୍ତ୍ରିକ ପ୍ରକ୍ରିୟା । ଅଧିକ ପଢନ୍ତୁ

Sansad TV show ରୁ ଶଶୀ ଥରୁରଙ୍କ ଇସ୍ତଫା
Sansad TV show ରୁ ଶଶୀ ଥରୁରଙ୍କ ଇସ୍ତଫା

By

Published : Dec 6, 2021, 5:23 PM IST

ନୂଆଦିଲ୍ଲୀ: ସଂସଦ ଟିଭି (Sansad TV)ରେ ଆୟୋଜିତ ‘ଟକ ଶୋ’ ରେ ଅଂଶ ଗ୍ରହଣ କରିବେନାହିଁ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ବିଶୃଙ୍ଖଳିତ ଆଚରଣ ପାଇଁ ଅଧିବେଶନରୁ ନିଲମ୍ବିତ ହୋଇଥିବା12 ଜଣ ବିରୋଧୀ ସାଂସଦଙ୍କୁ ନୈତିକ ସମର୍ଥନ ଜଣାଇ ଥରୁର ଏହି ନିଷ୍ପତ୍ତି ନେଇଛନ୍ତି । ସେ ନିଜର ଇସ୍ତଫା ନେଇ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।

Sansad TV show ରୁ ଶଶୀ ଥରୁରଙ୍କ ଇସ୍ତଫା

ଗୃହର ଜଣେ ବରିଷ୍ଠ ସଦସ୍ୟ ଭାବେ ଶଶୀ ଥରୁର ସଂସଦ ଟିଭିରେ ଆୟୋଜିତ ଟକ ଶୋ ‘to the point’ ର ହୋଷ୍ଟିଂ କରିଆସୁଥିଲେ । ତେବେ ସେ ଏହି କାର୍ଯ୍ୟକ୍ରମରେ ଆଉ ଅଂଶ ଗ୍ରହଣ କରିବେ ନାହିଁ । ଶଶୀ କହିଛନ୍ତି ଭାରତୀୟ ଗଣତନ୍ତ୍ର ଭିନ୍ନମତକୁ ସମ୍ମାନ ଦେବାରେ ବିଶ୍ବାସ କରେ । କିନ୍ତୁ ବର୍ତ୍ତମାନ ସେଥିରେ ବ୍ୟତିକ୍ରମ ଦେଖାଯିବା ଆରମ୍ଭ ହେଲାଣି । ବିରୋଧୀ ସାଂସଦଙ୍କ ନିଲମ୍ବନକୁ ଅଗଣତାନ୍ତ୍ରିକ ତଥା ମନମୁଖୀ ବୋଲି ଦର୍ଶାଇ ଥରୁର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନିଲମ୍ବନ ନିଷ୍ପତ୍ତି ସଂସଦୀୟ ପରମ୍ପରା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବର୍ତ୍ତମାନ ସମୟରେ ସଂସଦୀୟ ଅନୁଷ୍ଠାନ ଗୁଡିକ ଅଗଣତାନ୍ତ୍ରିକ ଢଙ୍ଗରେ ପରିଚାଳିତ ହେବା ପରି ଅନୁଭବ ହେଉଛି । ତେବେ ସାଂସଦମାନଙ୍କ ନିଲମ୍ବନକୁ ଅନୈତିକ ତଥା ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି ଦର୍ଶାଇବା ସହ ନିଲମ୍ବିତ ସାଂସଦମାନଙ୍କୁ ସମର୍ଥନ ଜଣାଇ ସେ ଏହି ହୋଷ୍ଟ ପଦରୁ ଇସ୍ତଫା ଦେଉଥିବା ସ୍ପଷ୍ଟ କରିଛନ୍ତି ।

ବିରୋଧୀ ଦଳର 12 ଜଣ ସାଂସଦଙ୍କୁ ମୌସୁମୀ ଅଧିବେଶନ(monsoon session)ର ଶେଷ ଦିନରେ ଗୃହରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ସଂସଦର ଶୀତକାଳୀନ ଅଧିବେଶନ (winter session)ରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରୁ କଂଗ୍ରେସରୁ ୬ଜଣ,TMC ଓ ଶିବସେନାରୁ ୨ଜଣ ଲେଖାଏଁ ସାଂସଦ ଥିବାବେଳେ ସିପିଏମ ଏବଂ ସିପିଆଇରୁ ଜଣେ ଲେଖା ସାଂସଦ ରହିଛନ୍ତି ।

ତେବେ ଗତକାଲି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିର ଉପସ୍ଥାପିକା ପଦବୀରୁ ଇସ୍ତଫା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details