ଓଡିଶା

odisha

ETV Bharat / bharat

Tharoor Map controversy: ବିବାଦରେ ଶଶି ଥରୁର, ଭାରତ ମାନଚିତ୍ରକୁ ବିକୃତ କରି ଦର୍ଶାଇଲେ

ବିବାଦରେ ଶଶି ଥରୁର । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ବିବାଦରେ ଛନ୍ଦି ହେଲେ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର । ଇସ୍ତାହାରରେ ଭାରତର ବିକୃତ ମାନଚିତ୍ର ସେୟାର କଲେ । ଅଧିକ ପଢ଼ନ୍ତୁ

Shashi Tharoor is in controversy after sharing distorted India map in his manifesto
Tharoor Map controversy: ବିବାଦରେ ଶଶି ଥରୁର, ଭାରତ ମାନଚିତ୍ରକୁ ବିକୃତ କରି ଦର୍ଶାଇଲେ

By

Published : Sep 30, 2022, 7:58 PM IST

ନୂଆଦିଲ୍ଲୀ:ବିବାଦରେ ଛନ୍ଦି ହେଲେ କଂଗ୍ରେସ ସାଂସଦ ତଥା ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଆଜି ଶଶି ଥରୁରଙ୍କ ଇସ୍ତାହାର ପ୍ରକାଶ କରିଥିଲେ । ଏହି ଇସ୍ତାହାରରେ ସେ ଭାରତ ମାନଚିତ୍ରକୁ ବିକୃତ କରି ଦର୍ଶାଇଥିଲେ । ଏହି ମାନଚିତ୍ରରେ ଜମ୍ମୁ କାଶ୍ମୀର ଓ ଲଦ୍ଦାଖ୍‌କୁ ହଟାଇ ଦେଇଥିଲେ ଶଶି ଥରୁର । ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିବାରୁ ସେ ପୁନଃ ଭାରତ ମାନଚିତ୍ରରେ ସୁଧାର ଆଣି ଇସ୍ତାହାର ପ୍ରକାଶ କରିଛନ୍ତି ।

ଜାତୀୟ କଂଗ୍ରେସର ବିକେନ୍ଦ୍ରୀକରଣ ବାର୍ତ୍ତାନେଇ ସୋସିଆଲ ମିଡିଆରେ ଇସ୍ତାହାର ସେୟାର କରିଥିଲେ ଶଶି ଥରୁର । ଆଗାମୀ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଶଶି ଥରୁର । ଏଥିପାଇଁ ଶୁକ୍ରବାର ନାମାଙ୍କନ ଭରିବା ପରେ ସେ ଇସ୍ତାହାର ସେୟାର କରିଥିଲେ । ତେବେ ଇସ୍ତାହାର ସେୟାର କରି ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ।

ଏହାକୁ ନେଇ ସୋସିଆଲ ମିଡିଆରେ ଶଶି ଥରୁରଙ୍କୁ ଟାର୍ଗେଟ କରାଯାଇଥିଲା । ଏହାପରେ ସେ ପୁନଃ ଭାରତ ମାନଚିତ୍ରରେ ସୁଧାର ଆଣି ଇସ୍ତାହାର ସେୟାର କରଛନ୍ତି । ତେବେ ଏଭଳି ଭୁଲ ଶଶି ଥରୁର ପ୍ରଥମ ଥର ପାଇଁ କରି ନାହାନ୍ତି । ଏହାପୂର୍ବରୁ ୨୦୧୯ରେ ମଧ୍ୟ ଟ୍ବିଟରରେ ଭାରତ ମାନଚିତ୍ରକୁ ବିକୃତ କରି ଦର୍ଶାଇଥିଲେ । ସେ ସମୟରେ ଭାରତ ମାନଚିତ୍ରରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ହଟାଇଥିଲେ ଥରୁର ।

୨୦୧୯ ଡିସେମ୍ବର ମାସରେ ନାଗରିକ ସଂଶୋଧିତ ନିୟମକୁ ବିରୋଧ କରୁଥିବା କେରଳ କଂଗ୍ରେସର ଏକ ବୁକ୍‌ଲେଟ୍‌ର କଭର ପେଜ୍‌ ସେୟାର କରିଥିଲେ ଶଶି ଥରୁର । ଯେଉଁଥିରେ ଭାରତ ମାନଚିତ୍ରରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ନଥିଲା । ଏହାକୁ ନେଇ ବିବାଦ ହେବାରୁ ସେ ସଙ୍ଗେସଙ୍ଗେ ଟ୍ବିଟ୍‌ ଡିଲିଟ୍‌ କରିଥିଲେ ।

ଆଜିସେୟାର ହୋଇଥିବା ଇସ୍ତାହାରରେ ଶଶି ଥରୁର କଂଗ୍ରେସର ଭବିଷ୍ୟତ କିଭଳି ସୁରକ୍ଷିତ ରହିବ ତାହା ଦର୍ଶାଇଛନ୍ତି । ଏଥିପାଇଁ ସେ ବିଶେଷ କରି ବିକେନ୍ଦ୍ରିକରଣ ନୀତି ଉପରେ ଜୋର୍‌ ଦେଇଛନ୍ତି । ଯାହାଦ୍ବାରା ଦଳ ଭିତରେ ଥିବା ଅନ୍ତଃକନ୍ଦଳର ସମାଧାନ ହୋଇ ପାରିବ । ଏହି ବାର୍ତ୍ତା ନେଇ ସେ କଂଗ୍ରେସ ପ୍ରତିନିଧିଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

ABOUT THE AUTHOR

...view details