ନୂଆଦିଲ୍ଲୀ: ବିଜେପିକୁ ଚ୍ୟାଲେଞ୍ଜ ଦେବା ଲକ୍ଷ୍ୟରେ ଏନସିପି । ଏକ ଅଣବିଜେପି ମେଣ୍ଟ ଗଠନ କରିବା ଲକ୍ଷ୍ୟରେ ଆଜି(ମଙ୍ଗଳବାର) ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖିଆ ଶରତ ପାୱାରଙ୍କ ଅଧକ୍ଷତାରେ ବସିବ ବୈଠକ । ପାୱାରଙ୍କ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ବୈଠକରେ ଆଲୋଚନା ହେବ ।
ବୈଠକରେ ଅଣ କଂଗ୍ରେସ ବିରୋଧୀ ନେତା ସାମିଲ ହେବେ । ଏହା ପୂର୍ବରୁ ପ୍ରଶାନ୍ତ କିଶୋରଙ୍କୁ ଭେଟି ସାରିଛନ୍ତି ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଜି ଶରଦ ପାୱାରଙ୍କ ଘରେ ବୈଠକରେ 12ରୁ ଉର୍ଦ୍ଧ୍ବ ରାଜନୈତିକ ଦଳର ନେତା ସାମିଲ ହେବେ । ବୈଠକରେ ବର୍ତ୍ତମାନର ଆର୍ଥିକ ଓ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ହୋବାର ସମ୍ଭାବନା ରହିଛି । ଏନସିପି ମୁଖ୍ୟ ଶରଦ ପାୱାର ପ୍ରଥମ ଥର ପାଇଁ ବୈଠକରେ ସାମିଲ ହେବେ ।