ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗୁପ୍ତ ବୈଠକକୁ ନେଇ ଜୋର ଧରିଛି ଚର୍ଚ୍ଚା । ଗତକାଲି(ଶନିବାର) ପୁଣେରେ ଏକ ସିକ୍ରେଟ ମିଟିଂ କରିଛନ୍ତି ଉଭୟ ଶରଦ ପାୱାର ଓ ଅଜିତ ପାୱାର । ସୂଚନା ଅନୁସାରେ, ଚାନ୍ଦିନୀ ଚୌକ ଠାରେ ଏକ ବ୍ରିଜର ଉଦଘାଟନ କରିବାକୁ ପହଞ୍ଚିଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ସେହି ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହାସହ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଚାନ୍ଦନୀ ଚୌକରେ ଫ୍ଲାଏ ଓଭରର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ...Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା
ତେବ ମହାରାଷ୍ଟ୍ରରେ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଉଭୟଙ୍କ ଗୁପ୍ତ ବୈଠକକୁ ନେଇ ରାଜନୈତିକ ଉଷ୍ଣତା ବଢିଯାଇଛି । ଏନସିପି ନେତା ଅଜିତ ପାୱାର ସିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ କହିଥିଲେ, "ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି ।" ଏହାର ଜବାବ ଦେଇ ଏବେ ଏନସିପି ମୁଖିଆ ଶରଦ ପୱାର କହିଥିଲେ, "ଜନତା କହିବେ ଦଳ କାହାର" । ଏପରିକି ଅଜିତଙ୍କୁ ବିଶ୍ବାସଘାତକ ବୋଲି କହିଥିଲେ ଏନସିପି ସୁପ୍ରିମୋ ।
ଏହା ବି ପଢନ୍ତୁ...Maharashtra Political Crisis: ମେରେ କିନାରେ ଘର ମତ ବସା ଲେନା, କ୍ୟୁଁ କି
ଏହି ବିବାଦ ମହାରାଷ୍ଟ୍ରରେ ରାନଜୀତିରେ ଅସ୍ଥିରତା ସୃଷ୍ଟି କରିଥିଲା । ଏହାବ୍ୟତୀତ ଅଜିତ ପାୱାରଙ୍କ ଏହି ନିଷ୍ପତ୍ତି ଦଳ ଭିତରେ ଏକ ବିଭାଜନ ମଧ୍ୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା । ତେବେ ଶରଦ ପାୱାର ଦଳର ସଦସ୍ୟ ତଥା ସମର୍ଥକଙ୍କୁ ଆଶ୍ୱାସନା ଦେବା ସହ ଏନସିପିକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ନିର୍ବାଚନରେ ସରକାର ବିରୋଧରେ ଏକଜୁଟ ହୋଇ ଲଢିବାକୁ ଆହ୍ୱାନ ଦେଇଥିଲେ । କିନ୍ତୁ ବିଶ୍ବାସଘାତକ ବୋଲି ସମ୍ବୋଧନ କରିବାର କିଛି ଦିନ ଭିତରେ ହିଁ ପୁଣି ଥରେ ଉଭୟଙ୍କ ମଧ୍ୟରେ ଏଭଳି ବୈଠକ ସମସ୍ତଙ୍କୁ ଚକିତ କରିଛି । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ତେବେ ସେମାନେ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିପାରିନଥିଲେ ମଧ୍ୟ ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।