ଶିମଲା: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ବର୍ତ୍ତମାନ ଛତିଶଗଡ଼ ଗସ୍ତରେ ରହିଛନ୍ତି । ଏହି କ୍ରମରେ ଗତକାଲି(ବୁଧବାର) ବିଳାସପୁର ସିଏମଡି କଲେଜ ପରିସରରେ ଶଙ୍କରାଚାର୍ଯ୍ୟ ଏକ ବିଶାଳ ଧାର୍ମିକ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ଦେଶର ସ୍ଥିତି ଏବଂ ଲୋକଙ୍କ ମଧ୍ୟରେ ଧର୍ମର ବିଶ୍ବାସକୁ ନେଇ ଅନେକ କଥା କହିଛନ୍ତି । ସଭାରେ RSSକୁ (ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ) ଟାର୍ଗେଟ କରିଛନ୍ତି ଶଙ୍କରାଚାର୍ଯ୍ୟ ।
RSSକୁ ନେଇ ଏମତି କହିଲି ଶଙ୍କରାଚାର୍ଯ୍ୟ:RSSକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, "୬୨ ବର୍ଷ ପୂର୍ବେ ମୁଁ ଯେତେବେଳେ ଦିଲ୍ଲୀରେ ପାଠ ପଢୁଥିଲି ସେତେବେଳେ RSSର ଅନେକ କର୍ମକର୍ତ୍ତା ମୋ ଭାଇଙ୍କ ନିକଟକୁ ଆସୁଥିଲେ । ମୁଁ କୌଣସି ସଂଗଠନର ବିରୋଧୀ ନୁହେଁ । କିନ୍ତୁ RSS ପାଖରେ ପରମ୍ପରାପ୍ରାପ୍ତ କୌଣସି ଗ୍ରନ୍ଥ ନାହିଁ । ଏହାଠାରୁ ଗମ୍ଭୀର ବିଷୟ ଆଉ କିଛି ନୁହେଁ । ପରମ୍ପରାପ୍ରାପ୍ତ କୌଣସି ଗୁରୁ କିମ୍ବା କୌଣସି ନେତା ନାହାନ୍ତି । ବିନା ଗ୍ରନ୍ଥ, ଗୁରୁ ଏବଂ ଗୋବିନ୍ଦଙ୍କ ବିନା କୁଆଡେ ଯିବେ । ଯୁଆଡେ ଗଲେ ବି ବୁଲିବୁଲି ଏଠାକୁ ଆସିବେ, ନାହିଁ ମାନେ ଏଣେତେଣେ ବୁଲିବେ ।"
ଏହା ମଧ୍ୟ ପଢନ୍ତୁ: Bathinda Military Station firing: ଆଖି ବୁଜିଲେ ଆଉ ଜଣେ ଯବାନ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି