ଇସଲାମାବାଦ: କାଶ୍ମୀରରେ ପୁଣି ଥରେ ଧାରା-370 ପୁନଃଲାଗୁ କରନ୍ତୁ ଭାରତ ସରକାର । 2019 ମସିହା ଅଗଷ୍ଟ 5ରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପର ପ୍ରତ୍ୟାହାର ବିନା ସମାଧାନର ରସ୍ତା ସ୍ପଷ୍ଟ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହଓ୍ବାଜ ସିରଫ । ଆଜି ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସରିଫ ସିଧା କାଶ୍ମୀର ପ୍ରସଙ୍ଗକୁ ମୁଦ୍ଦା କରିଛନ୍ତି ।
ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାକିସ୍ତାନ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ସରିଫ । ନିଜ ପ୍ରଥମ ସମ୍ବୋଧନରେ ଭାରତ ପାକିସ୍ତାନ ସମ୍ପର୍କ ଓ କାଶ୍ମୀର ବିବାଦର ସାମାଧାନକୁ ଗୁରୁତ୍ବ ଦେଇଛନ୍ତି ସରିଫ । କେବଳ ଦକ୍ଷିଣ ଏସିଆ ନୁହେଁ, ସମଗ୍ର ଏସିଆ ମହାଦେଶରେ ଶାନ୍ତି ବଜାୟ ରଖିବାକୁୁ ହେଲେ, ଭାରତ କାଶ୍ମୀର ପ୍ରସଙ୍ଗରେ 2019 ଅଗଷ୍ଟ 5 ତାରିଖରେ ନେଇଥିବା ବେଆଇନ ପଦକ୍ଷେପର ପ୍ରତ୍ୟାହାର ଉପରେ ଚିନ୍ତା କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।
ଉଚ୍ଛେଦ ହୋଇଥିବା ଧାରା ପୁନଃଲାଗୁ କରିବା ପରେ କଥାବାର୍ତ୍ତା ମାଧ୍ୟମରେ ହିଁ କାଶ୍ମୀର ପ୍ରସଙ୍ଗର ସାମାଧାନ ସମ୍ଭବ ବୋଲି ସରିଫ କହିଛନ୍ତି । କାଶ୍ମୀର ପ୍ରସଙ୍ଗରେ ଲାଗି ରହିଥିବା ବିବାଦରେ ଆମ ପରପିଢି କାହିଁକ ସାମ୍ନା କରିବେ । ସୀମାର ଉଭୟ ପାଖରେ ଥିବା ଗରିବୀ ହଟାଇବା ଦିଗରେ ଦୁଇ ଦେଶର ସରକାର କାର୍ଯ୍ୟକ୍ରମ ନେବାକୁ ସମୟ ଆସିଛି ବୋଲି ସରିଫ ନିଜ ସମ୍ବୋଧନରେ କହିଛନ୍ତି ।