ମୁମ୍ବାଇ:କ୍ରୁଜ ବୋଟରେ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଚେର ଲମ୍ବିବାରେ ଲାଗିଛି । ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟାନଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିବାବେଳେ ଆଜି ଶାହରୁଖଙ୍କ ଡ୍ରାଇଭରଙ୍କୁ ସମନ ଜାରି କରିଛି NCB। ମିଳିଥିବା ଶେଷ ସୂଚନା ଅନୁସାରେ ଶାହରୁଖଙ୍କ ଡ୍ରାଇଭର NCB କାର୍ଯ୍ୟାଳୟରେ ହାଜର ହୋଇଥିବାବେଳେ ତାଙ୍କୁ ଜେରା ମଧ୍ୟ ଆରମ୍ଭ ହୋଇଛି ।
ଶୁକ୍ରବାର ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଛି । ଆର୍ୟାନଙ୍କ ସମେତ ଘଟଣାର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଆର୍ଥରରୋଡ ଜେଲରେ ରହିଛନ୍ତି । ଜେଲ ମଧ୍ୟରେ ସେମାନଙ୍କୁ କୌଣସି ବିଶେଷ ସୁବିଧା ଯୋଗାଇ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିସାରିଛନ୍ତି ।