ପାଟନା:କୈଣସି ବିବାହ ଉତ୍ସବକୁ ଗଲେ ଆମେ କିଛି ଉପହାର ଦେଇଥାଉ । ନ ହେଲେ ଲଫାପାରେ କିଛି ଟଙ୍କା ଦେଇଥାଉ । ହେଲେ ଯୁଗ ବଦଳିବା ସହ ଲୋକଙ୍କ ଚିନ୍ତାଧାରାରେ ଆସିଛି ପରିବର୍ତ୍ତନ । ଏଣିକି ବିବାହ କାର୍ଯ୍ୟରେ ଲଫାପାରେ ଟଙ୍କା ଦେବାକୁ ପଡୁନି । କାହିଁକିନା ବିବାହ କାର୍ଯ୍ୟରେ ଏଣିକି ଫୋନ ପେ(PhonePe) ବ୍ୟବହାର ହେଉଛି । କଥାଟା ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଗୋପାଳଗଞ୍ଚ ଅଞ୍ଚଳ(Gopalganj, Bihar)ରେ ।
ସୂଚନା ଅନୁସାରେ,ବିହାରର ଗୋପାଳଗଞ୍ଚ ଅଞ୍ଚଳର ଏକ ନିଆରା ବାହାଘର ଦେଖିବାକୁ ମିଳିଥିଲା । କୁଚାୟାକୋର୍ଟ ଥାନା ଅଞ୍ଚଳର ବେଲାବ ଗାଁର ବର ବରଯାତ୍ରୀ ସହ ବିବାହ ପାଇଁ ନଗର ଥାନା ଅଞ୍ଚଳର ଇନ୍ଦେରଓ୍ବେନ ଗାଁରେ ପହଞ୍ଚିଥିଲା । ହେଲେ ସେଠାରେ ବିବାହ କାର୍ଯ୍ୟ ସମୟରେ ଫୋନ ପେ(PhonePe) ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା ।