ନୂଆଦିଲ୍ଲୀ : ଉତ୍ତରପ୍ରେଦଶରେ ଶବନମ ଏବଂ ସଲିମଙ୍କୁ ଫାଶୀ ଦେବା ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ ନିର୍ଭୟା ମାମଲାରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ଫାଶୀକୁ ଦୁଃଖଦ ବୋଲି ସେ କହିଥିଲେ । ସେମାନେ କହିଛନ୍ତି ଯେ ତାଙ୍କୁ ଫାଶୀ ଦେବା ଦ୍ବାରା କୌଣସି ସମସ୍ୟାର ସମାଧାନ ନୁହେଁ । ତେଣୁ, ସେମାନଙ୍କ ଫାଶୀ ଦଣ୍ଡକୁ କୋହଳ କରାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି । ଏବଂ ମାମଲାରେ ଦୋଷୀ ସାବ୍ୟସ୍ତ ସବନମଙ୍କୁ ଆଉ ଏକ ସୁଯୋଗ ଦେବା ସପକ୍ଷରେ ସେ ମତ ରଖିଥିବା ଦେଖିବାକୁ ମିଳିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତ୍ୟୁଦଣ୍ଡ କେବଳ ଆତଙ୍କବାଦୀଙ୍କ ପାଇଁ ହେବା ଉଚିତ୍ । ବର୍ତ୍ତମାନ 100 ରୁ ଅଧିକ ଦେଶରେ ମୃତ୍ୟୁଦଣ୍ଡ ଶେଷ ହୋଇଛି । ଭୁଲ ନ୍ୟାୟିକ ପ୍ରକ୍ରିୟା ଫଳରେ ଜଣେ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ ତାହା ହିଁ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ମୂଳମନ୍ତ୍ର ବୋଲି ସେ କହିଛନ୍ତି । 99 ଦୋଷୀଙ୍କୁ ଦଣ୍ଡ ଦିଆଯିବା ଉଚିତ ନୁହେଁ । ଓକିଲ ଏପି ସିଂଙ୍କ ଅନୁଯାୟୀ ସୁପ୍ରିମକୋର୍ଟ କହିଛନ୍ତି ଯେ 99 ଅପରାଧୀ ମୁକ୍ତ ହୋଇଥିଲେ ମଧ୍ୟ ଜଣେ ନିର୍ଦ୍ଦୋଷଙ୍କୁ ଦଣ୍ଡ ଦିଆଯିବା ଉଚିତ ନୁହେଁ।