ଓଡିଶା

odisha

ETV Bharat / bharat

Hamas-Like Attacks: ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ - ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ

ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ । ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ । ଅଧିକ ପଢନ୍ତୁ

ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ
ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ

By ETV Bharat Odisha Team

Published : Oct 10, 2023, 7:53 PM IST

ହାଇଦ୍ରାବାଦ: ଇସ୍ରାଏଲ ଉପରେ ‘ହମାସ’ ଆତଙ୍କବାଦୀ ସଂଗଠନ କରିଥିବା ଆକ୍ରମଣ ପରି ଭାରତରେ ମଧ୍ୟ ଆକ୍ରମଣ କରିବା ପାଇଁ ଧମକ ଦେଲା ମୋଷ୍ଟଓ୍ବାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ । ଭାରତରେ ଆତଙ୍କବାଦୀ ସଂଗଠନ ଘୋଷିତ ହୋଇଥିବା ଶିଖ୍‌ ଫର ଜଷ୍ଟିସ (SFJ)ର ମୁଖ୍ୟ ହେଉଛି ପନ୍ନୁନ । ସେ ଏବେ କାନାଡ଼ାରେ ରହି ଏହି ଖଲିସ୍ତାନୀ ଆନ୍ଦୋଳନର ନେତୃତ୍ବ ନେଉଛି । ଭାରତରେ ଅସ୍ଥିରତା ସୃଷ୍ଟି କରିବା ସହ ଖଲିସ୍ତାନୀ ଆନ୍ଦୋଳନକୁ ଜାରି ରଖିବା ପାଇଁ ତାର ନେତୃତ୍ବରେ ଏହି ଆତଙ୍କୀ ସଂଗଠନ କାର୍ଯ୍ୟ ଜାରି ରଖିଛି । ତେବେ ଇସ୍ରାଏଲ ଉପରେ ‘ହମାସ’ ଆତଙ୍କୀ ଗୋଷ୍ଠୀ ଆକ୍ରମଣ କରିବା ପରେ ପନ୍ନୁନର ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନେଇ ଏପରି ଆକ୍ରମଣ କରିବା ପାଇଁ ଧମକ ଦେଉଛି ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓରେ ଆତଙ୍କୀ ପନ୍ନୁନ କହୁଛି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ-ପାଲେଷ୍ଟାଇନ ବିବାଦରୁ ଶିକ୍ଷା ଲାଭ କରିବା ଉଚିତ୍‌ । ଦଖଲ ଅଧୀନରେ ଥିବା ପଞ୍ଜାବରୁ ପାଲେଷ୍ଟାଇନ ପର୍ଯ୍ୟନ୍ତ ଲୋକେ ଏହାର ଜବାବ ଦେବେ । ଯଦି ଭାରତ ପଞ୍ଜାବକୁ ଦଖଲକୁ ନେବାକୁ ଚାହେଁ, ତେବେ ଏହିପରି ପ୍ରତିକ୍ରିୟା ସୃଷ୍ଟି ହେବ । ହିଂସା ସୃଷ୍ଟି ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ଉତ୍ତରଦାୟୀ ରହିବେ । SFJ ବାଲାଟରେ ବିଶ୍ବାସ କରେ, ଭୋଟରେ ବିଶ୍ବାସ କରେ । ପଞ୍ଜାବର ମୁକ୍ତି ନିଶ୍ଚିତ । ବାଲାଟ ନା ବୁଲେଟ, ତାହା ଭାରତ ଏବେ ସ୍ଥିର କରୁ ।’’

ଭାରତରୁ ପଳାୟନ କରି କନାଡ଼ାରେ ଖଲିସ୍ତାନୀ ଆନ୍ଦୋଳନ ଓ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଥିବା ଏହି ଆତଙ୍କୀ 2019 ପରଠାରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସ୍କାନରରେ ରହିଛି । SFJ ମାଧ୍ୟମରେ ପାଣ୍ଠି ଯୋଗାଡ କରି ଖଲିସ୍ତାନୀ ଆନ୍ଦୋଳନକୁ ବଜାୟ ରଖିବା ଓ ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ଏହି ସଂଗଠନର ଉଦ୍ଦେଶ୍ୟ । ତେବେ କାନାଡ଼ା ସରକାର ଖଲିସ୍ତାନୀ ଆତଙ୍କୀଙ୍କ ପୃଷ୍ଠପୋଷକତା କରୁଥିବାରୁ ଏକାଧିକ ଖଲିସ୍ତାନୀ ଆତଙ୍କବାଦୀ ଏବେ ସେଠାରେ ଆତ୍ମଗୋପନ କରି ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛନ୍ତି । ନିକଟରେ ଅନ୍ୟତମ ଖଲିସ୍ତାନୀ ଆତଙ୍କୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟାରେ ଭାରତର ଭୂମିକା ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ ଜାରି ରହିଛି । କାନାଡ଼ା ସରକାରଙ୍କ ସମର୍ଥନ ପାଇବା ପରେ ଏବେ ଖଲିସ୍ତାନୀ ଆତଙ୍କୀ ସଂଗଠନ ପୁଣି ସକ୍ରିୟ ହୋଇଉଠିଛି ।

ଏହା ମଧ୍ୟ ପଢନ୍ତୁ:- Israel-Gaza War: ମୋଦିଙ୍କୁ କଲ୍‌ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ

ଅନ୍ୟପଟେ ଭାରତରେ କ୍ରିକେଟ ବିଶ୍ବକପ ଜାରି ରହିଥିବା ବେଳେ ଏଥିରେ ମଧ୍ୟ ଆକ୍ରମଣ କରିବା ପାଇଁ SFJ ଧମକ ଦେଇସାରିଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଖଲିସ୍ତାନୀ ନିରୋଧୀ ମିଶନକୁ ଦେଶରେ ବ୍ୟାପକ କରିଛି । ଏକାଧିକ ଖଲିସ୍ତାନୀ ଆଡ୍ଡା ଉପରେ ଚଢାଉ ଜାରି ରହିଛି । ଏହାରି ମଧ୍ୟରେ ଇସ୍ରାଏଲ ଷ୍ଟାଇଲରେ ଭାରତରେ ଆକ୍ରମଣ କରିବା ପାଇଁ ଧମକ ଦେଇଛି SFJ ମୁଖ୍ୟ ଆତଙ୍କବାଦୀ ପନ୍ନୁନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details