ଚେନ୍ନାଇ: ତାମିଲନାଡୁରେ ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଫସିଥିବା ସ୍ବତନ୍ତ୍ର ଡିଜିପିଙ୍କ ଗିରଫ ଦାବି କରିଛନ୍ତି ଡିଏମକେ ମୁଖ୍ୟ ଷ୍ଟାଲିନ । ରାଜ୍ୟରେ ବିଧାନସଭା ଚାଲିଥିବା ବେଳେ ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି।
ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ମାମଲା, ଡିଜିପିଙ୍କ ଗିରଫ ଦାବି କଲେ ଷ୍ଟାଲିନ - ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ମାମଲା
ତାମିଲନାଡୁରେ ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଫସିଥିବା ତାମିଲନାଡୁର ସ୍ବତନ୍ତ୍ର ଡିଜିପିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଡିଏମକେ ମୁଖ୍ୟ ଷ୍ଟାଲିନ । ଅଧିକ ପଢନ୍ତୁ....
ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ମାମଲା , ସ୍ବତନ୍ତ୍ର ଡିଜିପିଙ୍କୁ ଗିରଫ ଦାବି କଲେ ଡିଏମକେ ମୁଖ୍ୟ ଷ୍ଟାଲିନ
ରାଜ୍ୟର ଜଣେ କାର୍ଯ୍ୟରତ ମହିଳା ଆଇପିଏସ ଅଧିକାରୀ ନିକଟରେ ଏକ ସ୍ବତନ୍ତ୍ର ଡିଜିପିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ପୀଡିତାଙ୍କୁ ଅଭିଯୋଗ କରିବାକୁ ମଧ୍ୟ ବାରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଡିଏମକେ ମୁଖ୍ୟ ଷ୍ଟାଲିନ ସ୍ବତନ୍ତ୍ର ଡିଜିପି ଏବଂ ଚେଙ୍ଗାଲପେଟ ଏସପିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହି ଘଟଣାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଯଦି ବିଳମ୍ବ ହୁଏ ତେବେ ଏହି ଘଟଣା ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିବେ ବୋଲି ଷ୍ଟାଲିନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ