ଓଡିଶା

odisha

ETV Bharat / bharat

Sexual Harassment Case: ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ - କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା

କୁସ୍ତଯୋଦ୍ଧା ଯୌନ ଶୋଷଣ ମାମଲାରେ ବିଜେପି ସାଂସଦ ବ୍ରିଜଭୂଷଣଙ୍କୁ ମିଳିଲା 2 ଦିନିଆ ଅନ୍ତରୀଣ ଜାମିନ । ଗୁରୁବାର ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ । ଅଧିକ ପଢନ୍ତୁ

Sexual harassment case: ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ
Sexual harassment case: ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ

By

Published : Jul 18, 2023, 3:30 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହିଳା କୁସ୍ତିଯୋଦ୍ଧା ଯୌନନିର୍ଯାତନା ମାମଲାରେ ଅଭିଯୁକ୍ତ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ମଧ୍ୟବର୍ତ୍ତୀକାଳୀନ ବେଲ ମିଳିଛି । ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଆଜି ମୁଖ୍ୟଅଭିଯୁକ୍ତ ବ୍ରିଜଭୂଷଣ ଶରଣ ସିଂ ଓ ବିନୋଦ ତୋମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଭାବେ 2 ଦିନିଆ ଜାମିନ ପ୍ରଦାନ କରିଛନ୍ତି । ଆସନ୍ତା 20 ତାରିଖ( ଗୁରୁବାର) କୋର୍ଟ ବ୍ରିଜଭୂଷଣଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ।

ବିଜେପି ସାଂସଦ ତଥା ପୂର୍ବତନ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂ ଏବଂ ବିନୋଦ ତୋମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ ଦାଖଲ କରିସାରିଛି । ଉଭୟ ଅଭିଯୁକ୍ତଙ୍କୁ ଗିରଫ ବିନା ପୋଲିସ ସେମାନଙ୍କ ଚାର୍ଜସିଟ ଦାଖଲ କରିଛି । ସିଆରପିସିର ଧାରା u/s 41A ଅନୁଯାୟୀଏହି ଦୁଇ ଅଭିଯୁକ୍ତ ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ କରିବା କାରଣରୁ ତାଙ୍କୁ ଗିରଫ କରାଯାଇନଥିବା ମଧ୍ୟ ଦିଲ୍ଲୀ ପୋଲିସ କୋର୍ଟଙ୍କୁ ଅବଗତ କରିଛି ।

28 ଏପ୍ରିଲରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣ ବିରୋଧରେ ମାମଲା ଦାଖଲ କରିଥିଲା । ମାମଲାରେ ଦିଲ୍ଲୀ ପୋଲିସ ପ୍ରାୟ 1 ହଜାର ପୃଷ୍ଠାର ବିଶାଳ ଚାର୍ଜସିଟ ଦାଖଲ କରିଥିଲେ ସୁଦ୍ଧା ପକ୍ସୋ ଆକ୍ଟକୁ ବାଦ ଦେଇଥିଲା । କାରଣ ଅଭିଯୋଗ ଆଣିଥିବା ଏକମାତ୍ର ନାବାଳିକା କୁସ୍ତି ଯୋଦ୍ଧା ତାଙ୍କ ବୟାନରେ ପରିବର୍ତ୍ତନ କରିବା ସହ ମୂଳ ଅଭିଯୋଗରେ ସଂଶୋଧନ କରିଥିଲେ । ଅନ୍ୟାନ୍ୟ ଆକ୍ଟରେ କୋର୍ଟ ଏହି ଚାର୍ଜସିଟକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ । ଏହି ମାମଲାରେ ବ୍ରିଜଭୂଷଣ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ । ଆଜି ଉଭୟ ଅଭିଯୁକ୍ତଙ୍କୁ 2 ଦିନିଆ ଅନ୍ତରୀଣ ଜାମି ପ୍ରଦାନ କରିବା ସହ ଆସନ୍ତା ରବିବାର ଏହି ଜାମିନ ଆବେଦନର ଶୁଣାଣି କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :-WFI Controversy: ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, 1000 ପୃଷ୍ଠାର ଚାର୍ଜ୍‌ସିଟ୍‌ ଦାଖଲ

କଣ ଥିଲା ସମ୍ପୂର୍ଣ୍ଣ ମାମଲା:-

କୁସ୍ତିରେ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ କୁସ୍ତି ମହାସଂଘ (WFI) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା ସେ କହିଥିଲେ । ବ୍ରିଜଭୂଷଣଙ୍କ ନାମରେ ଅଭିଯୋଗ କରି ଆନ୍ଦୋଳନ କରିଥିଲେ । ସମାଧାନ ପ୍ରତିଶ୍ରୁତି ମିଳିବା ସହିତ ତଦନ୍ତ କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ । ମେରୀ କମ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ତଦନ୍ତ ହୋଇଥିଲା ମାତ୍ର ପୋଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ କରି ପୁଣି ଜନ୍ତରମନ୍ତରରେ ଧାରଣାରେ ବସିଥିଲେ କୁସ୍ତିଯୋଦ୍ଧା ।

ଦୀର୍ଘ 25 ଦିନରୁ ଅଧିକ ଧାରଣା ପରେ ଜୁନ 7 ତାରିଖରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଜୁନ୍‌ 15 ତାରିଖରେ ବ୍ରିଜଭୂଷଣଙ୍କ ନାମରେ ଚାର୍ଜସିଟ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଜୁନ୍‌ 15 ତାରିଖ ଯାଏ ଆନ୍ଦୋଳନକୁ ସ୍ଥଗିତ କରିଥିଲେ କୁସ୍ତିଯୋଦ୍ଧା । ପରେ ନିର୍ଦ୍ଧାରିତ ତାରିଖରେ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details