ଓଡିଶା

odisha

ETV Bharat / bharat

Wrestlers protest: ଆଜି ମାମଲା ରୁଜୁ କରିବ ଦିଲ୍ଲୀ ପୋଲିସ

ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଏତଲା ଗ୍ରହଣ କରିବ ଦିଲ୍ଲୀ ପୋଲିସ । ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ କୋର୍ଟଙ୍କୁ ସୂଚନା ଦେଇଛନ୍ତି ସଲିସିଟର ଜେନେରାଲ । ଅଧିକ ପଢନ୍ତୁ

By

Published : Apr 28, 2023, 4:47 PM IST

Etv Bharat
Etv Bharat

ନୂଆଦିଲ୍ଲୀ:ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବିଜ୍ରଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ପ୍ରସଙ୍ଗ । ଏହି ମାମଲାରେ ଦିଲ୍ଲୀ ପୋଲିସ ଏତଲାକୁ ଗ୍ରହଣ କରୁନଥିବା କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଆସୁଥିବା ବେଳେ ଆଜି ମାମଲା ରୁଜୁ କରିବ ଦିଲ୍ଲୀ ପୋଲିସ । ଏନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବ ବୋଲି କୋର୍ଟଙ୍କୁ ସୂଚିତ କରାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।

ଶୁଣାଣି ସମୟରେ କୁସ୍ତିଯୋଦ୍ଧାମାନେ ସୁରକ୍ଷା ଲାଗି ଦାବି କରିଥିଲେ । ଏହି ସମୟରେ ସଲିସିଟର କହିଥିଲେ ପୋଲିସ କମିଶନର ଧାରଣାସ୍ଥଳରେ ଉପସ୍ଥିର ରହିଛନ୍ତି ଓ ସେ ସୁରକ୍ଷା ଉପରେ ଗୁରୁତ୍ବ ଦେବେ । ସେପଟେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ବେଞ୍ଚ କୁସ୍ତିଯୋଦ୍ଧାଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯୌନ ନିର୍ଯାତନାର ଶିକାର ହୋଇଥିବା ନାବାଳିକାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ କୋର୍ଟ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- WFI Controversy: 6 ଦିନ ହେବ ଧାରଣାରେ କୁସ୍ତିଯୋଦ୍ଧା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଗତ ୬ ଦିନ ଧରି ବିଜ୍ରଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦିଲ୍ଲୀ ପୋଲିସ ଏତଲା ଗ୍ରହଣ କରୁନଥିବା ଅଭିଯୋଗରେ କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରରେ ଧାରଣାରେ ବସିଥିଲେ । ପୂର୍ବରୁ ମଧ୍ୟ ଧାରଣାରେ ବସିଥିବା ବେଳେ କୌଣସି ସୁଫଳ ନ ମିଳିବା ପରେ ଶେଷରେ କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଏହି ମାମଲାର ଶୁଣାଣି ବେଳେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବା ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟଙ୍କୁ ଅବଗତ କରାଇଥିଲେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି କୁସ୍ତିଯୋଦ୍ଧାମାନେ ।

ଏହା ବି ପଢନ୍ତୁ- ‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ, ଛୁଇଁଲେ ମୃତ୍ୟୁ ନିଶ୍ଚିତ’

ସେପଟେ ଗତକାଲି ଆଇଓଏ ଅଧ୍ୟକ୍ଷା ପିଟି ଉଷାଙ୍କ ମନ୍ତବ୍ୟ ଧାରଣାରତ କୁସ୍ତିଯୋଦ୍ଧାମାନଙ୍କୁ ନିରାଶ କରିଥିଲେ । ପିଟି ଉଷା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗର ସମାଧାନ ଲାଗି ଏକ କମିଟି ରହିଛି । ମାତ୍ର ଆମକୁ ଜଣାଇବା ପରିବର୍ତ୍ତେ ଆଥଲେଟମାନେ ରାସ୍ତା ଉପରେ ବସିଛନ୍ତି । ଏପରି କରି ସେ ଦେଶର ଗାରିମାକୁ କ୍ଷୁର୍ଣ୍ଣ କରୁଛନ୍ତି ।" ପିଟି ଉଷାଙ୍କଠାରୁ ଏପରି ମନ୍ତବ୍ୟ ଶୁଣିବା ପରେ ଆଥଲେଟମାନେ କହିଥିଲେ ସେମାନେ ଅନେକ ଥର ତାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା । ଏହାପରେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ ।

ABOUT THE AUTHOR

...view details