ଓଡିଶା

odisha

ETV Bharat / bharat

‘ବଳପୂର୍ବକ ସମ୍ବେଦନଶୀଳ ଅଙ୍ଗ ଛୁଇଁବା ଯୌନ ନିର୍ଯାତନା ନୁହେଁ’

ଅଶାଳୀନ ବ୍ୟବହାର, ଖରାପ ଆକ୍ଷେପ କିମ୍ବା ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଲେ ତାହାକୁ ଯୌନ ନିର୍ଯାତନା କୁହାଯିବ ନାହିଁ । ଯୌନ ନିର୍ଯାତନାର ପରିଭାଷା ପ୍ରତ୍ୟକ୍ଷ ଭାବରେ ଶାରୀରିକ ସମ୍ପର୍କ ରହିବା ଜରୁରୀ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ଅଧିକ ପଢନ୍ତୁ...

By

Published : Jan 25, 2021, 8:25 AM IST

Updated : Jan 25, 2021, 9:09 AM IST

ବଳପୂର୍ବକ ଛୁଇଁବା ଯୌନ ନିର୍ଯାତନା ନୁହେଁ
ବଳପୂର୍ବକ ଛୁଇଁବା ଯୌନ ନିର୍ଯାତନା ନୁହେଁ

ମୁମ୍ବାଇ: କେବଳ ଅଶାଳୀନ ବ୍ୟବହାରକୁ ଯୌନ ନିର୍ଯାତନା କୁହାଯିବ ନାହିଁ । ଦୂରରୁ ଖରାପ ଆକ୍ଷେପ ହେଉ କି ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଲେ ତାହା ଯୌନ ନିର୍ଯାତନାରେ ଗଣାଯିବ ନାହିଁ । ଯୌନ ନିର୍ଯାତନାର ପରିଭାଷା ପ୍ରତ୍ୟକ୍ଷ ଭାବରେ ଶାରୀରିକ ସମ୍ପର୍କ ରହିବା ଜରୁରୀ । ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ।

ଜଣେ ନାବାଳିକାର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତ ପୀଡିତା(ଶିଶୁ) ଶରୀର ସଂସ୍ପର୍ଶରେ ନ ଆସେ ସେ ପର୍ଯ୍ୟନ୍ତ ତାକୁ ପୋକ୍ସୋ ଅଧିନରେ ଅଣାଯିବ ନାହିଁ। ଜାନୁଆରୀ 19 ରେ ଜଷ୍ଟିସ ପୁଷ୍ପା ଗନେଡିୱାଲା ଏହି ମାମଲାର ଶୁଣାଣି କରିଥିଲେ ।

ଜଷ୍ଟିସ ଗନେଡିୱାଲା ଏକ ସେସନ କୋର୍ଟଙ୍କ ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି । ଯେଉଁଥିରେ ଜଣେ 39 ବର୍ଷର ବୟସ୍କ ବ୍ୟକ୍ତି 12 ବର୍ଷର ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ 3 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଡିସେମ୍ବର 2016ର ଅଭିଯୁ୍କ୍ତ ସତୀଶ ଖାଇବାକୁ ଦେବା ବାହାନାରେ ତାଙ୍କ ଘରକୁ ନେଇଯାଇଥିଲେ ।

ଏହି ଘଟଣାରେ ହାଇକୋର୍ଟ କହିଛନ୍ତି, ଯେହେତୁ ଅଭିଯୁକ୍ତ ପୀଡିତାଙ୍କୁ ନିବସ୍ତ୍ର ନ କରି ତାଙ୍କ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ତେଣୁ ଏହି ଅପରାଧକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ । ଭାରତୀୟ ଦଣ୍ଡବିଧି ଆଇନର ଧାରା 354 ଅନୁସାରେ ମହିଳାଙ୍କ ସମ୍ମାନ ଉଲ୍ଲଂଘନ କରିବା ଏକ ଅପରାଧ ଅଟେ । ଧାରା 354 ଅନୁଯାୟୀ ସର୍ବନିମ୍ନ ଦଣ୍ଡ ହିସାବରେ ଏକ ବର୍ଷ କାରାଦଣ୍ଡ ହେବା ସହ ପୋକ୍ସୋ ଆକ୍ଟ ଅନୁଯାୟୀ ଯୌନ ନିର୍ଯାତନା ପାଇଁ ସର୍ବନିମ୍ନ ଦଣ୍ଡ ତିନି ବର୍ଷ କାରାଦଣ୍ଡ ମିଳେ ।

ସେସନ କୋର୍ଟ ଅଭିଯୁକ୍ତକୁ ପୋକ୍ସୋ ଆଇନ ଅନୁସାରେ ଧାରା 354 ତିନି ବର୍ଷ ପାଇଁ ଦଣ୍ଡିତ କରିଥିଲେ। ତେବେ ହାଇକୋର୍ଟ ତାଙ୍କୁ ସେହି POCSO ଅଧିନିୟମ ଅନୁଯାୟୀ ତାଙ୍କୁ ଦୋଷ ମୁକ୍ତ କରିଛନ୍ତି । ଆଇପିସିର ଧାରା 354 ଅନୁଯାୟୀ ସଜା ଜାରି ରହିଛି । କାରଣ ଅଦାଲତଙ୍କ ରାୟ ଅନୁସାରେ, ଯୌନ ନିର୍ଯାତନାର ପରିଭାଷା ପ୍ରତ୍ୟକ୍ଷ ଭାବରେ ଶାରୀରିକ ସମ୍ପର୍କ ରହିବା ଜରୁରୀ ।

Last Updated : Jan 25, 2021, 9:09 AM IST

ABOUT THE AUTHOR

...view details