ଓଡିଶା

odisha

By

Published : Sep 16, 2022, 10:02 PM IST

ETV Bharat / bharat

Navratri festival: ପୁନେରେ ଆୟୋଜିତ ହେଉଛି ସେକ୍ସ ତନ୍ତ୍ର କ୍ୟାମ୍ପ୍ ! ହିନ୍ଦୁ ସଂଗଠନ ଖପ୍ପା

ସତ୍ୟମ ଶିବମ ସୁନ୍ଦରମ ଫାଉଣ୍ଡେସନ ପକ୍ଷରୁ ନବରାତ୍ର ଅବସରରେ ପୁନେରେ ସେକ୍ସ ତନ୍ତ୍ର କ୍ୟାମ୍ପ୍‌ ଆୟୋଜନ ହେବା ନେଇ ଘୋଷଣା ହୋଇଥିଲା । ଏନେଇ ଫିସ ମଧ୍ୟ ଘୋଷଣା ହୋଇଛି ଆଉ ଅନଲାଇନରେ ଟିକେଟ ମଧ୍ୟ ବୁକିଂ ହୋଇଥିଲା । ହେଲେ ବିରୋଧ ପରେ ବାତିଲ ହୋଇଛି (Sex Tantra camp cancelled in Pune) ଏହି କ୍ୟାମ୍ପ । ଅଧିକ ପଢ଼ନ୍ତୁ

ହିନ୍ଦୁ ସଂଗଠନର ବିରୋଧ, ପୁନେରେ ସେକ୍ସ ତନ୍ତ୍ର କ୍ୟାମ୍ପ୍‌ ବାତିଲ
ହିନ୍ଦୁ ସଂଗଠନର ବିରୋଧ, ପୁନେରେ ସେକ୍ସ ତନ୍ତ୍ର କ୍ୟାମ୍ପ୍‌ ବାତିଲ

ମୁମ୍ବାଇ: ନବରାତ୍ରି ଅବସରରେ ପୁନେରେ ଆୟୋଜିତ ହେବାର ଥିଲା ସେକ୍ସ ତନ୍ତ୍ର କ୍ୟାମ୍ପ୍‌ (Sex Tantra camp cancelled in Pune )। ସତ୍ୟମ ଶିବମ ସୁନ୍ଦରମ ଫାଉଣ୍ଡେସନ ପକ୍ଷରୁ ଏହି କ୍ୟାମ୍ପ ଆୟୋଜିତ ହେବା ନେଇ ଘୋଷଣା ହୋଇଛି । ତେବେ ଏହାକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନା ଓ ଶିବସେନା ପକ୍ଷରୁ ଘୋର ବିରାଧ କରାଯାଇଛି । ଏହାପରେ ଏହି କ୍ୟାମ୍ପ ବାତିଲ ହୋଇଛି ।

ଅକ୍ଟୋବର ୧ତାରିଖରୁ 3 ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଆୟୋଜିତ ହେବାକୁ ଥିଲା । ଏଥିପାଇଁ ଅନ୍‌ଲାଇନ୍‌ ବୁକିଂ ମଧ୍ୟ ଆରମ୍ଭ ହୋଇଥିଲା । ଏହି କ୍ୟାମ୍ପ୍‌ରେ ଭାଗ ନେବାକୁ ଏକ ବିଜ୍ଞପ୍ତି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲେ । ବିରୋଧର ସ୍ବର ଉଠିବା ପରେ ପୁନେରେ ଏଭଳି କୌଣସି କ୍ୟାମ୍ପ ଆୟୋଜନ ହେବନି ବୋଲି ସ୍ପଷ୍ଟୋକ୍ତି ଦେଇଛନ୍ତି ଥାନା ଅଧିକାରୀ ବିଜୟ କୁମ୍ଭାର ।

ନବରାତ୍ରି ଅବସରରେ ଆୟୋଜିତ ହେବାକୁ ଥିବା ସେକ୍ସ ତନ୍ତ୍ର କ୍ୟାମ୍ପ୍‌କୁ ମହାରାଷ୍ଟ୍ର ନବ ନିର୍ମାଣ ସେନା ଓ ଶିବସେନା ଅନ୍ୟ ହିନ୍ଦୁ ସଂଗଠନ ମଧ୍ୟ ବିରୋଧ କରିଥିଲେ । ପୁନେ ଭଳି ସାଂସ୍କୃତିକ ରାଜଧାନୀରେ ଏଭଳି କୌଣସି କ୍ୟାମ୍ପ ଆୟୋଜନ କରାଇ ଦେବୁନାହିଁ ବୋଲି କହିଥିଲେ ବିରୋଧ କରୁଥିବା ସଂଗଠନ । ଏହାପରେ ପ୍ରଶାସନକୁ ବାଧ୍ୟ ହୋଇ ଏଭଳି ଏକ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡ଼ିଛି ।

ଏହାକୁ ନେଇ ପୁନେ ପୋଲିସ ପକ୍ଷରୁ କୁହାଯାଇଛି ଯେ, "ଆମେ ପ୍ରଥମେ ଏଭଳି କ୍ୟାମ୍ପ୍‌ ଆୟୋଜନ କରୁଥିବା ସଂଗଠନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ତେବେ ଏହା ମହାରାଷ୍ଟ୍ରରେ ପଞ୍ଜିକୃତ ହୋଇନଥିବା ଜଣା ପଡ଼ିଥିଲା । ସଂଗଠନର ମୁଖ୍ୟ କହିଥିଲେ । ଏହାଏକ ମେଡିସିନ୍‌ ଆଧାରିତ କ୍ୟାମ୍ପ୍‌ ହେବ । କିନ୍ତୁ ଏଭଳି କୌଣସି କ୍ୟାମ୍ପ ଏବେ ପୁନେରେ ହେବନାହିଁ ।"

ଏହି ସେକ୍ସ ତନ୍ତ୍ର କ୍ୟାମ୍ପ ପାଇଁ ୧୫ ହଜାର ଟଙ୍କା ଫିସ୍‌ ରଖାଯାଇଥିଲା । କାମସୂତ୍ର ଆଧାରରେ ଏଥିରେ ଧ୍ୟାନ କରିବାକୁ ଶିକ୍ଷା ଦିଆଯିବାକୁ କାର୍ଯ୍ୟକ୍ରମ ରହିଥିଲା । ଠିକ୍‌ ଏହି ସମୟରେ ପୁନେର ନବରାତ୍ରି ଯୋଗୁଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ପୂଜାପାଠ ସହ ଦାଣ୍ଡିଆ ଖେଳିବେ ଶ୍ରଦ୍ଧାଳୁ । ଏଭଳି ଏକ ସମୟରେ ସେକ୍ସ ତନ୍ତ୍ର କ୍ୟାମ୍ପ୍‌କୁ ପ୍ରସୟ ଦିଆଯିବ ନାହିଁ ବୋଲି ବିରୋଧ ହୋଇଥିଲା ।

ABOUT THE AUTHOR

...view details