ନୂଆଦିଲ୍ଲୀ:କୋଭିଡ ସଂକ୍ରମଣ ପ୍ରାରମ୍ଭରେ (2020-21) ଦେଶରେ ଜାରି ହୋଇଥିଲା ଲକଡାଉନ । ତେବେ ଏହି ସମୟରେ ଦେଶରେ ବଢିଛି HIV ସଂକ୍ରମଣ । ଏହି ଅବଧି ମଧ୍ୟରେ ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ 85 ହଜାରରୁ ଅଧିକ ଭାରତୀୟ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ସୂଚନା ଅଧିକାର ଆଇନ (RTI) ରୁ ତଥ୍ୟ ମିଳିଛି ।
ଲକଡାଉନରେ HIV ସଂକ୍ରମିତ ହୋଇଛନ୍ତି 85 ହଜାର - କୋଭିଡ ଲକଡାଉନରେ ଏଚଆଇଭି ସଂଖ୍ୟା
ଲକଡାଉନରେ HIV ସଂକ୍ରମିତ ହୋଇଛନ୍ତି 85 ହଜାର । ସୂଚନା ଅଧିକାର ଆଇନ (RTI)ରୁ ମିଳିଛି ତଥ୍ୟ । ଅଧିକ ପଢନ୍ତୁ
ତେବେ ସାରା ଦେଶରେ 85 ହଜାର ଭାରତୀୟ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟଓ୍ବାରି ଯଦି ତର୍ଜମା କରାଯାଏ, ତେବେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ 10,498 ସଂକ୍ରମିତ, 9,521 ସଂକ୍ରମଣ ସହ ଆନ୍ଧ୍ର ପ୍ରଦେଶ ଦ୍ବିତୀୟ, କର୍ଣ୍ଣାଟକ 8,947 ସଂକ୍ରମିତଙ୍କ ସହ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ତା ପଛକୁ ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ 3,037 ଓ 2,757 ସଂକ୍ରମିତ ଚିହ୍ନଟ ହୋଇଥିବା ତଥ୍ୟରୁ ଜଣାପଡିଛି। ମଧ୍ୟପ୍ରଦେଶର ଜଣେ ସୂଚନା ଅଧିକାର କର୍ମୀ ଏହି ପ୍ରସଙ୍ଗରେ ଜାତୀୟ ଏଡସ ନିୟନ୍ତ୍ରଣ ସଂଗଠନ (NACO) ଠାରୁ RTI ବଳରେ ଏହି ସୂଚନା ମାଗିଥିଲେ । ତେବେ ବୋର୍ଡ ପକ୍ଷରୁ ଏହି ତଥ୍ୟ ତାଙ୍କୁ ପ୍ରଦାନ କରାଯାଇଛି ।