ଓଡିଶା

odisha

ETV Bharat / bharat

ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡି 12 ଶ୍ରମିକ ମୃତ, ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨ ଲକ୍ଷ ସହାୟତା ରାଶି ଘୋଷଣା

ଗୁଜୁରାଟରେ ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡି 12 ଜଣ ଶ୍ରମିକ ମୃତ । ଏବେ ବି ଅନେକ ଶ୍ରମିକ ଭଙ୍ଗା କାନ୍ଥ ତଳେ ଚାପି ହୋଇରହିଥିବା ସୂଚନା । ଅଧିକ ପଢନ୍ତୁ

Wall Collapsed: ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡି 9 ଶ୍ରମିକ ମୃତ
Wall Collapsed: ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡି 9 ଶ୍ରମିକ ମୃତ

By

Published : May 18, 2022, 1:35 PM IST

Updated : May 18, 2022, 10:54 PM IST

ଗାନ୍ଧୀନଗର:ଗୁଜୁରାଟରେ ବଡ ଅଘଟଣ । କାନ୍ଥ ଭୁଶୁଡି 12 ଜଣ ଶ୍ରମିକ ମୃତ । ଆଜି(ବୁଧବାର) ଗୁଜୁରାଟ ମୋରବି ଜିଲ୍ଲାର ହଲବଦ( Halvad morbi)ରେ ଏହି ଅଘଟଣ ଘଟିଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ହଲବଦ ଜିଆଇଡିସି(Halvad GIDC)ରେ ଥିବା ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ହଠାତ୍ ଭୁଶୁଡି ପଡିଛି । ଫଳରେ ଏଠାରେ କାମ କରୁଥିବା 30 ଜଣ ଶ୍ରମିକ କାନ୍ଥ ତଳେ ଚାପି ହୋଇରହିଛନ୍ତି । ଏବେସୁଦ୍ଧା 12 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ହଲବଦ ଜିଆଇଡିସି ଅଞ୍ଚଳରେ ଥିବା ସାଗର ସଲ୍ଟ ନାମକ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡି ପଡିଛି । ଭଙ୍ଗା କାନ୍ଥ ତଳୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଜେସିବି ମେସିନ ନିୟୋଜିତ କରାଯାଇଛି । କୁହାଯାଉଛି ଯେ, ଭୁଶୁଡିଥିବା କାନ୍ଥ ନିକଟରେ ଅନେକ ଲୁଣ ବସ୍ତା ରଖାଯାଇଥିଲା । ବସ୍ତାଗୁଡିକର ଭାର ଅଧିକ ଥିବାରୁ କାନ୍ଥଟି ଭୁଶୁଡି ପଡିଛି । କାନ୍ଥ ଭୁଶୁଡିବା ପରେ ସେଠାରେ ପ୍ୟାକେଜିଂ କରୁଥିବା ଶ୍ରମିକମାନଙ୍କ ଉପରେ ପଡିଥିଲା । ତେବେ ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ଅନେକ ଶ୍ରମିକ ଖାଇବା ପାଇଁ ଯାଇଥିଲେ । ନଚେତ୍ ଆହୁରି ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥାନ୍ତା ।

ସେହିପରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି । ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି ( PMNRF) ରୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କୁ 50,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପ୍ରତ୍ୟେକ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 4 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଖୁବ୍ ଶୀଘ୍ର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2022, 10:54 PM IST

ABOUT THE AUTHOR

...view details