ଗାନ୍ଧୀନଗର: ଗୁରୁରାଟ ଅହମ୍ମଦାବାଦ ୟୁନିଭର୍ସିଟି ନିକଟରେ ଏକ ବଡ ଅଘଟଣ ଘଟିଛି । ନିର୍ମାଣଧୀନ 7 ମହଲାରୁ ଲିଫ୍ଟ ଖସିବା ଫଳରେ 8 ଜଣ ଶ୍ରମିକ ଅକାଳରେ ଆଖି ବୁଜିଛନ୍ତି । ଦୁଇଟି ବିଲ୍ଡିଂରେ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ।
ସୂଚନାଅନୁସାରେ, ଅହମ୍ମଦାବାଦ ୟୁନିଭର୍ସିଟି ନିକଟରେ କୋଠା ନିର୍ମାଣ କାର୍ଯ୍ୟ ଚାଲିଥିଲା । ହଠାତ୍ 7 ମହଲା ବିଲ୍ଡିଂରୁ ଲିଫ୍ଟ ଖସି ପଡିଥିଲା ଫଳରେ 8ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାର ଖବର ପାଇ ତୁରନ୍ତ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୃତ 8ଜଣ ଶ୍ରମିକ ହେଲେ, ସଞ୍ଜୟ ବାବୁଭାଇ ନାୟକ, ଜଗଦୀଶ ରମେଶଭାଇ ନାୟକ, ଅଶ୍ବିନୀ ସୋମଭାଇ ନାୟକ, ମୁକେଶ ଭାରତଭାଇ ନାୟକ, ରାଜମଲ ସୁରେଶଭାଇ ଖରାଡି, ମୁକେଶଭାଇ ନାୟକ ଓ ପଙ୍କଜ ଶଙ୍କରଭାଇ ଖରାଡି ।