ଓଡିଶା

odisha

ETV Bharat / bharat

25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା - ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

Fishermen Arrested by Sri Lankan Navy: ତାମିଲନାଡୁ ଉପକୂଳରୁ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ଜଳସୀମା ଅତିକ୍ରମଣ ଅଭିଯୋଗ । କ୍ଷୋଭ ପ୍ରକାଶ ସହ ତୁରନ୍ତ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲା ମତ୍ସ୍ୟଜୀବୀ ସଂଘ । ଅଧିକ ପଢନ୍ତୁ

ତାମିଲନାଡୁ ଉପକୂଳରୁ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
ତାମିଲନାଡୁ ଉପକୂଳରୁ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

By ETV Bharat Odisha Team

Published : Dec 10, 2023, 5:08 PM IST

ଚେନ୍ନାଇ:ତାମିଲନାଡୁ ଉପକୂଳବର୍ତ୍ତୀ ବଙ୍ଗୋପସାଗରେ ମାଛ ଧରିବା ବେଳେ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି । ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମଣ ଅଭିଯୋଗରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଦୁଇଟି ବୋଟ ଜବତ କରିବା ସହ 25 ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରି ନେଇଯାଇଛି । ଆଜି ସକାଳେ ଏହି ମତ୍ସ୍ୟଜୀବୀମାନେ ରାମେଶ୍ବରମ ନିକଟବର୍ତ୍ତୀ ନାଗପଟ୍ଟିମନ ହର୍ବରରୁ ମାଛ ଧରିବା ପାଇଁ ବାହାରିଥିଲେ ।

ଅନ୍ୟ ମତ୍ସ୍ୟଜୀବୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସେମାନେ ଭାରତୀୟ ଜଳସୀମା ମଧ୍ୟରେ ରହି ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ଜାହାଜ ସେମାନଙ୍କୁ ରୋକିବାକୁ ପ୍ରୟାସ କରିଥିଲା । ଏହି ସମୟରେ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ଜାହାଜ ମତ୍ସ୍ୟଜୀବୀଙ୍କ ବୋଟ ମଧ୍ୟରେ ଧକ୍କା ମଧ୍ୟ ହୋଇଥିଲା । ଏଥିରେ 5 ମତ୍ସ୍ୟଜୀବୀ ଆହତ ମଧ୍ୟ ହୋଇଛନ୍ତି । ଏହାପରେ ଶ୍ରୀଲଙ୍କା ନୌସେନା ଦୁଇଟି ଭାରତୀୟ ମାଛଧରା ବୋଟ ଜବତ କରିବା ସହ ଉଭୟ ବୋଟରେ ଥିବା 25 ମତ୍ସ୍ୟଜୀବୀଙ୍କୁ ଜେପାଜତକୁ ନେଇଥିଲା ।

ସେମାନେ ନିର୍ଦ୍ଧାରିତ ଜଳସୀମା ଓ ରାଜ୍ୟ ଫିସିଂ ବିଭାଗ ଦେଇଥିବା ସାମୁଦ୍ରିକ ଦୂରତା ଅନୁମତି ମଧ୍ୟରେ ରହି ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମତ୍ସ୍ୟଜୀବୀ ସଂଘ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ରାମେଶ୍ବରମ ମତ୍ସ୍ୟଜୀବୀ ସଂଘ ରାଜ୍ୟ ସରକାରଙ୍କୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଥର ସମାନ ଅଭିଯୋଗ ସହ ଶ୍ରୀଲଙ୍କା ନୌସେନା ବହୁସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବାର ନଜିର ରହିଛି । ରାମେଶ୍ବରମ ଉପକୂଳଠାରୁ ମଧ୍ୟ ଶ୍ରୀଲଙ୍କାର ଦୂରତା ପ୍ରାୟ 30 ନଟିକାଲ ମାଇଲ । ଏହା ମଧ୍ୟରେ ଉଭୟ ଦେଶର ନିର୍ଦ୍ଧାରିତ ଜଳସୀମା ରହିଛି । ଉଭୟ ଦେଶର ମତ୍ସ୍ୟଜୀବୀ ନିଜର ସୀମା ସଂଲଗ୍ନ ସମୁଦ୍ରିକ କ୍ଷେତ୍ରରେ ମାଛ ଧରୁଥିବା ବେଳେ ବାରମ୍ବାର ଶ୍ରୀଲଙ୍କା ନୌସେନା ଜଳସୀମା ଅତିକ୍ରମଣ ଆଳରେ ତାମିଲନାଡ଼ୁର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଥିବା ଅଭିଯୋଗ ହୋଇଛି । ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିଦେଶ ମନ୍ତ୍ରଣାଳୟର ହସ୍ତକ୍ଷେପ ପାଇଁ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏବେ ଶ୍ରୀଲଙ୍କା ଜେଲ୍‌ରେ ବହୁସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details