ଓଡିଶା

odisha

ETV Bharat / bharat

ଏସୟୁଭି ସହ ଟ୍ରକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୪ ଛାତ୍ରଙ୍କ ମୃତ୍ୟୁ - ମଧ୍ୟପ୍ରଦେଶ ସଡକ ଦୁର୍ଘଟଣା

ଉଜ୍ଜୟିନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏସୟୁଭି ସହ ଟ୍ରକ ଧକ୍କା ହେବା ଫଳରେ ଆଖି ବୁଜିଲେ ୪ ଜଣ ସ୍କୁଲ ଛାତ୍ର । ଅଧିକ ପଢନ୍ତୁ

ଏସୟୁଭି ସହ ଟ୍ରକ ଧକ୍କା, ଦୁର୍ଘଟଣାରେ ୪ ଛାତ୍ରଙ୍କ ମୃତ୍ୟୁ
ଏସୟୁଭି ସହ ଟ୍ରକ ଧକ୍କା, ଦୁର୍ଘଟଣାରେ ୪ ଛାତ୍ରଙ୍କ ମୃତ୍ୟୁ

By

Published : Aug 23, 2022, 7:34 AM IST

ଭୋପାଳ: ମଧ୍ୟପ୍ରଦେଶ ଉଜ୍ଜୟିନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଠାରେ ଏସୟୁଭି(SUV)କାର୍‌ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୪ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି ଓ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ସୋମବାର ପିଲାମାନେ ସ୍କୁଲ ଯାଉଥିବା ସମୟରେ ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗାଡିରେ ମୋଟ ୧୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏହି ଅଘଟଣରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିବା ସହ ଅତ୍ୟନ୍ତ ହୃଦୟ ବିଦାରକ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହାତ ଛାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏସୟୁଭିରେ ୧୫ ଜଣ ଛାତ୍ର ସ୍କୁଲ ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଆହତ ଅବସ୍ଥାରେ ଛାତ୍ରମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ଛାତ୍ରଙ୍କୁ ଏବେ ଏକ ଘରୋଇ ମେଡିକାଲରେ ଅବଜରଭେସନରେ ରଖାଯାଇଥିବା ଜଣାପଡିଛି ।

ABOUT THE AUTHOR

...view details