ଜୟପୁର: ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ଅଘଟଣ । ଟ୍ରକ ସହ ପୋଲିସ ଗାଡି ମୁହାଁ ମୁହିଁ ଧକ୍କା ହେବାକୁ 5 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି(ରବିବାର) ସକାଳ ସମୟରେ ରାଜସ୍ଥାନ ନାଗପୁରର ଚୁରୁରେ ଏହି ଦୁର୍ଘଟଣା ଘଟିଛି । ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ରହିଥିବା ବେଳେ ମୃତ ପୋଲିସ କର୍ମୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ରହିଥିବା ବେଳେ ଆଜି ଖିନଭସରର ଝୁନଝୁନୁରେ ଏକ ବୈଠକ କରିବେ । ଏଥି ପାଇଁ ମୋଦିଙ୍କ ସୁରକ୍ଷାରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସୁରକ୍ଷା ଦାୟିତ୍ବରେ ଯୋଗ ଦେବାକୁ ଆଜି ସକାଳୁ ଖିନଭସରରୁ ପୋଲିସ କର୍ମଚାରୀ ମାନେ ଝୁନଝୁନୁ ଅଭିମୁଖେ ବାହାରିଥିଲେ । ଚୁରୁ ଜିଲ୍ଲାର 58 ନମ୍ବର ଜାତୀୟ ରାଜ୍ୟପଥରେ ଏକ ଟ୍ରକ ସହ ପୋଲିସ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା ଓ 2 ଜଣ ଆହତ ହୋଇଥିଲେ । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ଦୁଇ ଆହତ ହେଉଛନ୍ତି କନେଷ୍ଟବଳ ସୁଖରାମ ଓ ହେଡ କନେଷ୍ଟବଳ ସୁଖରାମ ।
ଏହା ମଧ୍ୟ ପଢନ୍ତୁ-ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍: ୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା