ଓଡିଶା

odisha

By

Published : Oct 16, 2022, 3:10 PM IST

ETV Bharat / bharat

Bharat Jodo Yatra: ବିଦ୍ୟୁତ ଆଘାତରେ 4 ଆହତ, ହସ୍ପିଟାଲରେ ଭେଟିଲେ ରାହୁଲ

କର୍ଣ୍ଣାଟକର ବେଲାରୀରେ ଭାରତ ଯୋଡୋ ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଆସି 4 କଂଗ୍ରେସ କର୍ମୀ ଆହତ । ହସ୍ପିଟାଲରେ ଭେଟିଲେ ରାହୁଲ ଗାନ୍ଧୀ । ଚିକିତ୍ସା ପାଇଁ ଦଳ ଘୋଷଣା କଲା ଲକ୍ଷେ ଟଙ୍କା ଲେଖାଁଏ ସହାୟତା । ଅଧିକ ପଢନ୍ତୁ

ଭାରତ ଯୋଡୋ ଯାତ୍ରାରେ ବିଦ୍ୟୁତ ଆଘାତରେ 4 ଆହତ, ହସ୍ପିଟାଲରେ ଭେଟିଲେ ରାହୁଲ, ଦଳ ଘୋଷଣା କଲା ଲକ୍ଷେ ଲେଖାଁଏ ସହାୟତା
ଭାରତ ଯୋଡୋ ଯାତ୍ରାରେ ବିଦ୍ୟୁତ ଆଘାତରେ 4 ଆହତ, ହସ୍ପିଟାଲରେ ଭେଟିଲେ ରାହୁଲ, ଦଳ ଘୋଷଣା କଲା ଲକ୍ଷେ ଲେଖାଁଏ ସହାୟତା

ବେଙ୍ଗାଲୁରୁ:କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ଅଘଟଣ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଯାତ୍ରା ଜାରି ରହିଥିବାବେଳେ, କର୍ଣ୍ଣାଟକର ବେଲାରୀରେ ବିଦ୍ୟୁତ ସଂସ୍ପର୍ଷରେ ଆସି 4 ଜଣ ଦଳୀୟ ସମର୍ଥକ ଆହତ ହୋଇଛନ୍ତି (Accident Bharat Jodo Yatra)। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମଧ୍ୟ ସୂଚନା ମିଳିଛି । ଦଳର ବରିଷ୍ଠ ଓ ସ୍ଥାନୀୟ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିବାବେଳେ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ମଧ୍ୟ ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ ଦଳ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରାଯିବା ନେଇ ଦଳର ବରିଷ୍ଠ ମୁଖପାତ୍ର ରଣଦ୍ବୀପ ସୂର୍ଜେଓ୍ବାଲା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି (ରବିବାର) ସକାଳେ କର୍ଣ୍ଣାଟକର ବେଲାରୀରେ ଜାରି ରହିଥିବା ଏହି ଯାତ୍ରାରେ ସାମିଲ ଥିବା 4 ଦଳୀୟ କର୍ମୀ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଷରେ ଆସି ଆହତ ହୋଇଥିଲେ । ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଦଳର ସ୍ଥାନୀୟ ନେତୃତ୍ବ ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ମଧ୍ୟ ଆହତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ । ଦଳ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details