ଓଡିଶା

odisha

By

Published : Aug 11, 2023, 2:47 PM IST

ETV Bharat / bharat

ଗୁଜୁରାଟରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକକୁ ପଛପଟୁ ମିନି ଟ୍ରକ ଧକ୍କା ଦେବାରୁ 10 ମୃତ

ଅହମ୍ମଦାବାଦରେ ଟ୍ରକକୁ ପଛପଟୁ ଧକ୍କା ଦେଲା ମିନି ଟ୍ରକ୍‌ । 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ। ଅଧିକ ପଢନ୍ତୁ

serious accident in Ahmedabad
serious accident in Ahmedabad

ଗାନ୍ଧୀନଗର:ଗୁଜୁରାଟରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ମିନି ଟ୍ରକ। 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅହମ୍ମଦାବାଦର ବାଭଲା-ବାଗୋଦରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସମୟରେ ମନି ଟ୍ରକରେ କେତେ ଜଣ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ଦୁଇ ପୁରୁଷ ଏବଂ ତିନି ଜଣ ଶିଶୁ ଅଛନ୍ତି ।

ଏକ ମିନି ଟ୍ରକରେ କିଛି ଯାତ୍ରୀ ଗୁଜୁରାଟର ଚୋଟିଲା ମନ୍ଦିରରେ ଦର୍ଶନ ସାରି ଫେରୁଥିବା ବେଳେ ବାଭଲା-ବାଗୋଦରାରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ଦୁଇ ପୁରୁଷ ଏବଂ ତିନି ଜଣ ଶିଶୁ ଅଛନ୍ତି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଆନ୍ଧ୍ରର କାଡପାରେ ମୁହାଁମୁହିଁ ଧକ୍କା ହେଲା ବସ-ଟ୍ରକ, ଚାଲିଗଲା 6 ଜୀବନ

ଏହି ଘଟଣା ନେଇ ଅହମ୍ମଦାବାଦ ଜିଲ୍ଲା ଏସ୍‌ପି ଅମିତ କୁମାର କହିଛନ୍ତି ଯେ, ଗତକାଲି ବିଳମ୍ବିତ ରାତି ପ୍ରାୟ 12ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଜଣେ କୃଷକ ପରିବାର ଚୋଟିଲା ମନ୍ଦିରରେ ଦର୍ଶନ ସାରି ଏକ ମିନି ଟ୍ରକରେ ଫେରୁଥିବା ବେଳେ ରାସ୍ତା ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ 5 ଜଣ ମହିଳା 2 ଜଣ ପୁରୁଷ ଓ 3 ଶିଶୁଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 5 ଜଣଙ୍କୁ ଆହତ ଅବସ୍ଥାରେ ବାଗୋଦରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିନି ଟ୍ରକରେ ଥିବା କିଛି ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ଅଗଷ୍ଟ 5 ତାରିଖ ଦିନ ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଡମ୍ଫର ସହ ମୁହିଁମୁହିଁ ଧକ୍କା ହୋଇଥିଲା ଟ୍ରାକ୍ଟର । ଦୁର୍ଘଟଣାରେ ୫ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗ୍ରା ଓ ଅଲିଗଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମୃତାହତମାନେ ଗୋବର୍ଦ୍ଧନ ପରିକ୍ରମା ପାଇଁ ମଥୁରା ଯାଉଥିଲେ ।

ABOUT THE AUTHOR

...view details