ଓଡିଶା

odisha

By

Published : Oct 6, 2022, 7:44 AM IST

Updated : Oct 6, 2022, 9:54 AM IST

ETV Bharat / bharat

ଅଧାରେ ରହିଲା ପିକନିକ୍‌: ସ୍କୁଲ ବସ-KSRTC ବସ ମୁହାଁମୁହିଁ ଧକ୍କା, 9 ମୃତ

କେରଳରେ ସ୍କୁଲ ବସ ଓ ଅନ୍ୟ ଏକ ବସ ମଧ୍ୟରେ ମୁହାଁମୁହିଁ ଧକ୍କା (several died in accident) । ଘଟଣାସ୍ଥଳରେ 9 ମୃତ । ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ରହିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ସ୍କୁଲ ବସ ସହ ଅନ୍ୟ ଏକ ବସ ମୁହାଁମୁହିଁ ଧକ୍କା: ଛାତ୍ରଛାତ୍ରୀଙ୍କ ସମେତ 9 ମୃତ
ସ୍କୁଲ ବସ ସହ ଅନ୍ୟ ଏକ ବସ ମୁହାଁମୁହିଁ ଧକ୍କା: ଛାତ୍ରଛାତ୍ରୀଙ୍କ ସମେତ 9 ମୃତ

ଥିରୁଅନନ୍ତପୁରମ:କେରଳର ପାଲକ୍କଡରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଓ ଏକ KSRTC ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 9 ଜଣଙ୍କ ମୃତ୍ୟୁ ହୋଇଛି (several died)। ସ୍କୁଲ ବସଟି ଏର୍ଣ୍ଣାକୁଲମର ମୁଲାନଥୁରୁଟିର ଏକ ସ୍କୁଲରୁ ପିଲାଙ୍କୁ ନେଇ ପିକନିକ ଯାଉଥିଲା। ଭଦକନଚେରୀ ନିକଟରେ ବିପରୀତ ଦିଗରୁ ଆସୁଥିବା KSRTC ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗତକାଲି ରାତି ପ୍ରାୟ 12 ସମୟରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ,ସ୍କୁଲ ବସରେ ମୋଟ 42 ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଓ ସ୍କୁଲର କିଛି ଅନ୍ୟ କର୍ମଚାରୀ ମଧ୍ୟ ଥିଲେ (school bus crash in kerala)। ସେହିପରି ରାଜ୍ୟ ପରିବହନ ନିଗମ ବସରେ ପ୍ରାୟ 50 ଯାତ୍ରୀ ଥିବା ନେଇ ସୂଚନା ମିଳିଛି । ମୃତାହତଙ୍କ ମଧ୍ୟରେ ଉଭୟ ବସର ଯାତ୍ରୀ ରହିଛନ୍ତି ।

ଅଧାରେ ରହିଲା ପିକନିକ୍‌: ସ୍କୁଲ ବସ-KSRTC ବସ ମୁହାଁମୁହିଁ ଧକ୍କା, 9 ମୃତ

ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସଟି ଦୃତଗତିରେ ଥିଲା । ଭଦକନଚେରୀ ନିକଟରେ ବିପରୀତ ଦିଗରୁ ଆସୁଥିବା ରାଜ୍ୟ ପରିବହନ ନିଗମ (KSRTC)ର ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା (school bus crash in kerala)। ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ 9 ଜଣଙ୍କ ମୃତ୍ୟୁ ହୋଇଛି (several died in accident)। ମୃତକଙ୍କ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ କିଛି ଯାତ୍ରୀ ମଧ୍ୟ ରହିଛନ୍ତି ।

ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇବା ସହ ଆହତଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି । ଉଭୟ ବସରେ ଥିବା ଯାତ୍ରୀ ଆହତ ହୋଇଛନ୍ତି । ପ୍ରାୟ 50ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 12 ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2022, 9:54 AM IST

ABOUT THE AUTHOR

...view details