ପାଟନା:ବିହାରର ନାଳନ୍ଦାରେ ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଅସୁସ୍ଥଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗମ୍ଭୀର ମଧ୍ୟ ରହିଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଧା ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନଥିବା ବେଳେ ସମ୍ପର୍କୀୟଙ୍କ ପ୍ରତିକ୍ରିୟା ଅନୁସାରେ ଏହା ଏକ ବିଷାକ୍ତ ମଦ ମୃତ୍ୟୁ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।
ସୂଚନା ଅନୁସାରେ, ନାଳନ୍ଦାର ସୋହରସାଇ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଅଭବନୀୟ ଘଟଣା ସାମ୍ନାକୁ ଆସିଛି । ଛତି ପାହାଡି ଏବଂ ପାହର ତାଲି ମୋହଲ୍ଲାରେ ବିଷାକ୍ତ ତଥା ଦେଶୀ ମଦ ପିଇ ଏକାଧିକ ଅସୁସ୍ଥ ହୋଇଥିବା ବେଳେ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ ଦୁଇ ଗୁରୁତର ଏକ ଘରୋଇ କ୍ଲିନିକରେ ଚିକିତ୍ସିତ ହେଉଛନ୍ତି । ଖବର ପାଇବା ମାତ୍ରେ ସ୍ଥାନୀୟ DSP ଏବଂ SHO ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।