ନୂଆଦିଲ୍ଲୀ:ଦିଲ୍ଲୀରେ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ । ସଦ୍ୟତମ ସୂଚନା ଅନୁଯାୟୀ, ଆଗ୍ନକାଣ୍ଡରେ ୨୦ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଏଥିରେ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ସେହିପରି ଅନେକ ଲୋକ ମଧ୍ୟ ଫସି ରହିଥିବା ଜଣାପଡିଛି । ଏଥିସହ ୧୦ ଜଣ ଗୁରତର ଆହତ ହୋଇଥିବାବେଳେ ଫସି ରହିଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଉଛି । ଏହା ସହିତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଆଜି( ଶୁକ୍ରବାର) ସଂଧ୍ୟାରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ତିନି ମହାଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ତେବେ ନିଆଁ ଲିଭା କାର୍ଯ୍ୟରେ ୧୫ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ।
ଅନ୍ୟପଟେ ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଖଃ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
@ANI