ସିମଲା:ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବର୍ଷା ବିପତ୍ତି ଆଣିଛି । ପ୍ରକୃତି ତାଣ୍ଡବ କରିଛି । ଲଗାଣ ବର୍ଷାରେ ସ୍ଥିତି ଅଣାୟତ୍ତ ହୋଇଛି । ଧନ ଜୀବନ ନଷ୍ଟ ହୋଇଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ଭୂସ୍ଖଳନ ହେବା ଫଳରେ ଏକ ଶିବ ମନ୍ଦିର ଭୁଶୁଡି ପଡିଛି । ଅନେକ ଶ୍ରଦ୍ଧାଳୁ ଦବି ରହିଥିବା ଖବର ସାମ୍ନାକୁ ଆସିଛି । ଖବର ଲେଖା ଯିବା ସୁଦ୍ଧା 9 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପାଖାପାଖି 30 ଶ୍ରଦ୍ଧାଳୁ ଫସି ରହିଥିବା ସୂଚନା ମିଳିଛି । ଶ୍ରାବଣ ସୋମବାର ଶିବ ମନ୍ଦିରରେ ଏପର ଅଘଟଣ ଘଟିବା ଫଳରେ ବିପଦ ସୃଷ୍ଟି ହୋଇଛି ।
ଆଜି (ସୋମବାର) ସକାଳୁ ସିମଲାର ସମରହିଲ ଅଞ୍ଚଳରେ ଥିବା ଏକ ଶିବ ମନ୍ଦିରରେ ଭୂସ୍ଖଳନ ହୋଇଥିଲା । କେହି କିଛି ବୁଝିବା ଆଗକୁ ବଡ ଅଘଟଣ ଘଟିଥିଲା । ପାଖାପାଖି 30ଜଣ ଶ୍ରଦ୍ଧାଳୁ ଫସିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । 9 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଶ୍ରାବଣ ସୋମବାର ହୋଇଥିବାରୁ ଶିବ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିିଳିଥିଲା । ଏହି ସମୟରେ ଏହି ଅଘଟଣ ଘଟିଛି । ଶିବ ମନ୍ଦିରରେ ଭୂସ୍ଖଳନ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖ ବିନ୍ଦର ସିଂହ ।
ଏହା ବି ପଢନ୍ତୁ...ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ନେଲା 7 ଜୀବନ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଉଦ୍ଧାର କାର୍ଯ୍ୟ ଜାରି:ଭୂସ୍ଖଳନ ଖବର ମିଳିବା ମାତ୍ରେ ତୁରନ୍ତ ଉଦ୍ଧାର କାର୍ଯ୍ୟା ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଶିବ ମନ୍ଦିରରେ ଦବି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା 9 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । 15ଜଣ ଆହତ ଶ୍ରଦ୍ଧାଳୁଙ୍କର ଚିକିତ୍ସା ଆଇଜିଏମସି ଡାକ୍ତରଖାନାରେ ଭାର୍ତ୍ତି କରାଯାଇଛି ।
ହିମାଚଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଚିନ୍ତା ବଢାଇଛି । ଅଗଷ୍ଟ 12 ସୁଦ୍ଧା 255 ଜୀବନ ଯାଇଛି । ଚଳିତ ବର୍ଷ 6, 807 କୋଟି କ୍ଷତି ହୋଇଛି । ଭୂସ୍ଖଳନ ଘର ଓ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ଘଟଣାସ୍ଥଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ପାଇଁ ହିମାଚଳରେ ହାଇ ଆଲର୍ଟ ଜାରି ହୋଇଛି । ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା ହୋଇଛି ।
ପ୍ରକାଶ ଥାଉ କି, ହିମାଚଳରେ ଲଗାତାର ଭାବେ ତାଣ୍ଡବ କରୁଛି ପ୍ରକୃତି । ଗତ ମାସରେ (ଜୁଲାଇ)ରେ ପ୍ରବଳ ବର୍ଷାରେ ବେହାଲ ହୋଇଥିବା ହିମାଚଳ ପ୍ରଦେଶ । ଲଗାଣ ବର୍ଷା ଫଳରେ ହିମାଚଳ ପ୍ରଦେଶରେ ଜଳ ପ୍ରଳୟ ହୋଇଥିଲା । କେଉଁଠି ଗାଡି ଭାସି ଯାଇଥିବା ତ କେଉଁଠି ମାଟି ଧସି ରାସ୍ତା ଜାମ ହୋଇଥିଲା ତ ପୁଣି ଆଉ କେଉଁଠି ପ୍ରବଳ ବର୍ଷା ପରେ ଭୂସ୍ଖଳନ ଆଉ ମାଟି ମିଶା ପାଣିରେ ରାସ୍ତାଘାଟ ବୁଡିଯାଇଥିଲା । ଲଗାଣ ବର୍ଷା କାରଣକୁ ଜଳବନ୍ଦୀ ଜନଜୀବନ ବିତାଇବାକୁ ପଡିଥିଲା । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇ ପଡିଥିଲା । ଏହାର ଠିକ ମାସ ପରେ ପୁଣି ହିମାଚଳର ବାଦଲ ଫଟା ବର୍ଷାରେ 7 ଜଣଙ୍କର ଜୀବନ ଯାଇଛି ।