ଓଡିଶା

odisha

Communal Violence: ସାଂପ୍ରଦାୟିକ ହିଂସା ନେଇ ଉଦବେଗ, ଚିଠି ଲେଖି ଏହି ଅପିଲ୍ କଲେ ବିରୋଧୀ

By

Published : Apr 16, 2022, 10:02 PM IST

Updated : Apr 16, 2022, 11:00 PM IST

ଦେଶରେ କ୍ରମାଗତ ଦେଖିବାକୁ ମିଳିଲାଣି ସାମ୍ପ୍ରଦାୟିକ ହିଂସା । ଉଦବେଗ ପ୍ରକାଶ କରିବା ସହ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ମିଳିତ ନିବେଦନ କଲେ ବିରୋଧୀ । ଅଧିକ ପଢନ୍ତୁ

ସାମ୍ପ୍ରଦାୟିକ ହିଂସା ନେଇ ବିରୋଧୀଙ୍କ ଉଦବେଗ, ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ କଲେ ମିଳିତ ନିବେଦନ
ସାମ୍ପ୍ରଦାୟିକ ହିଂସା ନେଇ ବିରୋଧୀଙ୍କ ଉଦବେଗ, ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ କଲେ ମିଳିତ ନିବେଦନ

ନୂଆଦିଲ୍ଲୀ:ରାମ ନବମୀ ପର ଠାରୁ ଦେଶର ବିଭିନ୍ନ ସ୍ଥାନରେ କ୍ରମାଗତ ଦେଖିବାକୁ ମିଳୁଛି ସାମ୍ପ୍ରଦାୟିକ ଦଙ୍ଗା । ତେବେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରମୁଖ ବିରୋଧୀ ଦଳର ଶୀର୍ଷ ନେତାମାନେ । ଏକ ମିଳିତ ଷ୍ଟେଟମେଣ୍ଟ ଜାରି କରି ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ଏହି ନେତାମାନେ ମିଳିତ ନିବେଦନ ମଧ୍ୟ କରିଛନ୍ତି ।

କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ବିରୋଧୀ ଦଳର ଏକାଧିକ ନେତାମାନେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ମିଳିତ ନିବେଦନ କରିଛନ୍ତି । ସେହିପରି ବର୍ତ୍ତମାନ ଜାରି ରହିଥିବା ହିଂସାକୁ ମଧ୍ୟ ଏହି ନେତାମାନେ ନିନ୍ଦା କରିବା ସହ ସାମ୍ପ୍ରଦାୟିକ ହିଂସାରେ ସାମିଲ ଅପରାଧୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ସେ ଚଳିତ ବର୍ଷ ରାମନବମୀ ପର ଠାରୁ ଦେଶର ଏକାଧିକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଧର୍ମୀୟ କାର୍ଯ୍ଯକ୍ରମରେ ପଥରମାଡ ଓ ପରେ ଗୋଷ୍ଠୀ ସଂଘର୍ଷ, ହିଂସାକାଣ୍ଡ ପରି ଘଟଣା କ୍ରମାଗତ ଦେଖିବାକୁ ମିଳୁଛି । ମଧ୍ୟ ପ୍ରଦେଶରେ ଏପରି ହିଂସା ଏକାଧିକ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ ଆଜି ଦିଲ୍ଲୀରେ ମଧ୍ୟ ହିଂସା ଦେଖିବାକୁ ମିଳିଛି ।

ଦିଲ୍ଲୀରେ ଆଜି ଅପରାହ୍ନରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ ହୋଇଛି । ପରେ ବ୍ୟାପକ ହିଂସା ସହ ପୋଲିସ ସମେତ ଅନେକ ଆହତ ମଧ୍ୟ ହୋଇଛନ୍ତି । ଘଟଣା ସ୍ଥଳ ସମେତ ଦିଲ୍ଲୀର ଅନେକ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 11:00 PM IST

For All Latest Updates

ABOUT THE AUTHOR

...view details