ଓଡିଶା

odisha

ETV Bharat / bharat

ଆନ୍ଧ୍ରରେ ୪୨ ଶିକ୍ଷକ ଗିରଫ, ପରୀକ୍ଷାରେ କପି କରିବାରେ କରୁଥିଲେ ସାହାଯ୍ୟ - ଆନ୍ଧ୍ରପ୍ରଦେଶରେ ଶିକ୍ଷକଙ୍କୁ ଗିରଫ କଲା ପୋଲିସ

ଆନ୍ଧ୍ରପ୍ରଦେଶରେ ୪୨ ଶିକ୍ଷକଙ୍କୁ ଗିରଫ ସହ ନିଲମ୍ବିତ କରାଯାଇଛି । ପରୀକ୍ଷା ସମୟରେ ବିଭିନ୍ନ ବିଦ୍ୟାଳୟରେ କପି କରିବାକୁ ଅନୁମତି ଦେବା ଘଟଣାରେ ଏମାନଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଆନ୍ଧ୍ରରେ ୪୨ ଶିକ୍ଷକ ଗିରଫ
ଆନ୍ଧ୍ରରେ ୪୨ ଶିକ୍ଷକ ଗିରଫ

By

Published : May 3, 2022, 9:40 PM IST

ଅମରାବତୀ:ଆନ୍ଧ୍ରପ୍ରଦେଶରେ ୪୨ ଶିକ୍ଷକଙ୍କୁ ଗିରଫ ସହ ନିଲମ୍ବିତ କରାଯାଇଛି । ପରୀକ୍ଷା ସମୟରେ ବିଭିନ୍ନ ବିଦ୍ୟାଳୟରେ କପି କରିବାକୁ ଅନୁମତି ଦେବା ଘଟଣାରେ ଏମାନଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, କୋଭିଡ ମହାମାରୀ କୋପ କମିବା ପରେ ଆନ୍ଧ୍ରପ୍ରଦେଶରେ ଅପ୍ରେଲ ୨୭ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏବେ ଚାଲିଛି ।

ଏହି ଶିକ୍ଷକମାନେ କପି ଯୋଗାଇବା ଓ କପି କରିବାରେ ସହଯୋଗ କରିଥିବାରୁ ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ ଏମାନଙ୍କୁ ନିଲମ୍ବିତ ସହ ଗିରଫ କରାଯାଇଛି । ସେହିଭଳି ପରୀକ୍ଷା ଚାଲିଥିବାବେଳେ କୁର୍ନୁଲ୍ ଜିଲ୍ଲାରେ ତେଲୁଗୁ ଓ ହିନ୍ଦୀ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଥିଲା । ଏହା ପରେ ଶିକ୍ଷା ବିଭାଗ ପକ୍ଷରୁ ଘଟଣାକୁ ନେଇ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ୪୨ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

ଅନ୍ୟପଟେ କୁର୍ନୁଲ୍ ଜିଲ୍ଲାପାଳଙ୍କ ସହ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରି ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଏହି ୪୨ଜଣ ଶିକ୍ଷକଙ୍କୁ ଗିରଫ କରିଛନ୍ତି । ଏମାନଙ୍କୁ ୧୯୯୭ ଆନ୍ଧ୍ରପ୍ରଦେଶ ପବ୍ଲିକ ଏଗ୍ଜାମିନେସନ୍‌ ଆକ୍ଟ(AP Public Examinations-Prevention of Malpractices and Unfair Means Act, 1997) ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details