ଓଡିଶା

odisha

ETV Bharat / bharat

MP: ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୫ ଶ୍ରମିକ ମୃତ

ଫୁଡ ଫ୍ୟାକ୍ଟ୍ରିର ଟାଙ୍କିରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୫ ଶ୍ରମିକ ମୃତ । ମଧ୍ୟପ୍ରଦେଶରେ ମୋରେନା ଜିଲ୍ଲାରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୫ ଶ୍ରମିକ ମୃତ
ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୫ ଶ୍ରମିକ ମୃତ

By ETV Bharat Odisha Team

Published : Aug 30, 2023, 2:11 PM IST

Updated : Aug 30, 2023, 2:32 PM IST

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଆଜି (ବୁଧବାର) ଗୋଟିଏ ବଡ ଅଘଟଣ ଘଟିଛି । ମୋରେନା ଜିଲ୍ଲାର ଜରେରୁଆ ଅଞ୍ଚଳରେ ଥିବା ଗୋଟିଏ ଫୁଡ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବା ଯୋଗୁଁ ସେଠାରେ କାମ କରୁଥିବା ୫ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ସବୁ ଶ୍ରମିକମାନେ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିଲେ । ଗ୍ୟାସ ଲିକ୍ ସମ୍ପର୍କରେ ଖବର ପାଇ ପୋଲିସ, ପ୍ରଶାସନିକ ଅଧିକାରୀ ଓ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ପୁରା ଫ୍ୟାକ୍ଟ୍ରିକୁ ଖାଲି କରାଯାଇଛି । ଏନେଇ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଯାହା ସୂଚନା ମିଳିଛି, ମୋରେନା ଜିଲ୍ଲାରେ ଥିବା 'ସାକ୍ଷୀ ଫୁଡ ପ୍ରଡକ୍ଟ' ନାମକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି । ଆଜି ଦିନ ପ୍ରାୟ ୧୧ଟା ସମୟରେ ଘଟଣା ଘଟିଥିଲା । ସ୍ଥାନୀୟ ଏସଡିଏମ ଭୂପେନ୍ଦ୍ର ସିଂହ କୁଶୱାହା କହିଛନ୍ତି ଯେ, ଫ୍ୟାକ୍ଟ୍ରିର ଏକ ଟାଙ୍କିରୁ ଗ୍ୟାସ୍ ନିର୍ଗତ ହୋଇଥିଲା । ଏହାକୁ ଯାଞ୍ଚ କରିବାକୁ ଦୁଇ ଜଣ ଶ୍ରମିକ ଟାଙ୍କି ଭିତରେ ପ୍ରବେଶ କରିଥିଲେ । ଫଳରେ ଦୁଇ ଜଣ ଯାକ ଅସୁସ୍ଥ ହୋଇଯାଇଥିଲେ । ସେମାନଙ୍କ ସହ ଆଉ ୩ ଜଣ ଶ୍ରମିକ ମଧ୍ୟ ସେହି ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିଥିଲେ । ଏହାପରେ ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିବା ଯୋଗୁଁ ଶ୍ରମିକମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ବାଥରୁମରେ ଗ୍ୟାସ ଗିଜରରୁ ବିଷାକ୍ତ ଗ୍ୟାସ ଲିକ, ଶ୍ବାସରୁଦ୍ଧ ହୋଇ ଦମ୍ପତିଙ୍କ ମୃତ୍ୟୁ !

ପ୍ରକାଶ ଥାଉକି, କିଛି ମାସ ତଳେ ପଞ୍ଜାବ ଲୁଧିଆନା ଗ୍ୟାସପୁରା ଅଞ୍ଚଳରେ ଏକ କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ବିହାରର ଗୋଟିଏ ପରିବାରର ୫ ସଦସ୍ୟ ଥିଲେ । ସେହି ଅଞ୍ଚଳରେ ଆଉ ଗୋଟିଏ ପରିବାରର ୩ ଜଣଙ୍କର ଜୀବନ ଯାଇଥିଲା । କ୍ଷୀର ଫ୍ୟାକ୍ଟ୍ରିରେ ହାଇଡ୍ରୋଜେନ ସଲଫାଇଡ ଗ୍ୟାସ ନିର୍ଗମନ କାରଣରୁ ଏହି ଅଘଟଣ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ: Bihar: ଟ୍ରକକୁ ପଛରୁ ଧକ୍କା ଦେଲା ସ୍କର୍ପିଓ, ଦୁର୍ଘଟଣାରେ ୭ ମୃତ

Last Updated : Aug 30, 2023, 2:32 PM IST

ABOUT THE AUTHOR

...view details