ଶିମଲା:ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ହେବାରୁ ଘର ଭୁଶୁଡି ଗୋଟିଏ ପରିବାରର 3ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଆଜି(ରବିବାର) ସକାଳ ସମୟରେ ଶିମଲାର କୋଟଗଡରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ଅନିଲ ଓ କିରନ । ଅନ୍ୟ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳ ସମୟରେ ପ୍ରବଳକୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାରୁ ଶିମଲାର କୋଟଗଡରେ ଗୋଟିଏ ଘର ଭୁଶୁ଼ଡି ପଡିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋଟିଏ ପରିବାରର 5 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ 3ଜଣଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସେହିପରି ଆଜି ଗ୍ରାମ୍ଫୁ ଗ୍ରାମ ଏବଂ ଛୋଟ ଧରାରେ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଭୂସ୍ଖଳନ ହୋଇଛି । ଏହି ଘଟଣାରେ କାହାର ଜୀବନହାନି ହୋଇନାହିଁ । ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ସୁମଡୋରୁ କାଜା ଗ୍ରାମ୍ଫୁକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାତାୟତ ବନ୍ଦ ପରେ ରାସ୍ତାରେ ଅଟକିଥିବା 30 ଜଣ କଲେଜ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପାଗରେ ପରିବର୍ତ୍ତନ ହେବା ପରେ ରାସ୍ତାରୁ ଆବର୍ଜନାକୁ ସଫା କରାଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।