ଓଡିଶା

odisha

ETV Bharat / bharat

ହିମାଚଳରେ ବର୍ଷା ବିତ୍ପାତ, ଭୂସ୍ଖଳନ ଓ ଘର ଭୁଶୁଡି ୨୧ ମୃତ - ହିମାଚଳ ଭୂସ୍ଖଳନରେ ଅନେକ ମୃତ

ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ଭୂସ୍ଖଳନ । ୨୪ ଘଣ୍ଟାରେ ଚାଲିଗଲା ୨୧ ଜୀବନ । ଅଧିକ ପଢନ୍ତୁ

ବର୍ଷା ପରେ ହିମାଚଳରେ ଭୂସ୍ଖଳନ ଯୋଗୁଁ ୨୧ ମୃତ
ବର୍ଷା ପରେ ହିମାଚଳରେ ଭୂସ୍ଖଳନ ଯୋଗୁଁ ୨୧ ମୃତ

By

Published : Aug 21, 2022, 7:04 AM IST

Updated : Aug 21, 2022, 7:23 AM IST

ଶିମଲା: ହିମାଚଳ ପ୍ରଦେଶରେ କରାଳ ରୂପ ଦେଖାଉଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । ସେହିପରି ୬ ଜଣେ ଏବେ ବି ନିଖୋଜ ଥିବା ସୂଚନା ମିଳିଛି । ହିମାଚଳର ୩୦ଟି ଅଲଗା ଅଲଗା ସ୍ଥାନରେ କୃତ୍ରିମ ବନ୍ୟା ଆସିଛି । ମାଟି ଅତଡା ଖସିବା ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି । ବର୍ଷା ଓ ବନ୍ୟାରେ ଏଠାରେ ପ୍ରାୟ ୧୫ଟି ଘର ଧୋଇଯାଇଛି ।

ଏହାମଧ୍ୟ ପଢନ୍ତୁ: ହିମାଚଳରେ ପ୍ରବଳ ବର୍ଷା, ଘର ଭୁଶୁଡି ଦୁଇ ମୃତ

ହିମାଚଳର କାଙ୍ଗଡା ଜିଲ୍ଲା ସ୍ଥିତ ହିମାଚଳ ପ୍ରଦେଶ- ପଞ୍ଜାବ ସୀମା ଚକ୍କି ନଦୀ ଉପରେ ଇଂରେଜଙ୍କ ସମୟରୁ ନିର୍ମିତ 8 ଶହ ମିଟର ଲମ୍ବା ରେଳ ବ୍ରିଜ (shimla railway bridge) ଦେଖୁ ଦେଖୁ ପ୍ରଖର ବନ୍ୟା ପାଣିରେ ଭାସିଯାଇଛି । ନଦୀରେ ହଠାତ ବନ୍ୟା ଆସିବା ପରେ ଦୁର୍ବଳ ଖମ୍ବ ସବୁ ଦୋହଲିଯିବା ସହ ବ୍ରିଜ ଭୁଶୁଡି ପଡିଛି । ଶୁକ୍ରବାର ଦିନ ମଣ୍ଡି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ମାଟି ଅତଡା ଖସି ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଦେଖିବାକୁ ମିଳିଥିଲା । ତେବେ ବର୍ଷା ଯୋଗୁଁ ଚଳିତ ବର୍ଷା ରାଜ୍ୟବ୍ୟାପୀ ୨୨୫ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଖରାପ ପାଗ ଲାଗି ରହିଥିବା ଯୋଗୁଁ ଲୋକଙ୍କୁ ଆଖପାଖ ନଦୀ ଏବଂ ଝରଣା ନିକଟକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ଏପରି ପ୍ରବଳ ବର୍ଷା ସହ ଭୂସ୍ଖଳନ ଲାଗି ରହିବ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

Last Updated : Aug 21, 2022, 7:23 AM IST

ABOUT THE AUTHOR

...view details