ଓଡିଶା

odisha

By

Published : Dec 8, 2022, 8:28 AM IST

ETV Bharat / bharat

Road Mishap: ଆନ୍ଧ୍ରରେ ଟ୍ରାକ୍ଟର ଓଲଟି ୬ ମୃତ, ୧୯ ଆହତ

ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡିଲା ଟ୍ରାକ୍ଟର । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Road Mishap: ଆନ୍ଧ୍ରରେ ଟ୍ରାକ୍ଟର ଓଲଟି ୬ ମୃତ, ୧୯ ଆହତ
Road Mishap: ଆନ୍ଧ୍ରରେ ଟ୍ରାକ୍ଟର ଓଲଟି ୬ ମୃତ, ୧୯ ଆହତ

ଅମରାବତୀ: ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡିଲା ଟ୍ରାକ୍ଟର । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି(six killed as tractor overturns) । ଗତକାଲି(ବୁଧବାର) ରାତିରେ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାରେ ଏହି ବଡ ଅଘଟଣ ଘଟିଯାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ସଦସ୍ୟ ରହିଥିବା ସୂଚନା ମିଳିଛି । ଆହତଙ୍କୁ ଚିତ୍ତୋର, ତିରୁପତି ଏବଂ ଭେଲ୍ଲୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଚିତ୍ତୋର ଜିଲ୍ଲା ପୁଥଲପଟ୍ଟୁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳେ ପୁଥଲପଟ୍ଟୁ ଅଞ୍ଚଳର ଭୁବନେଶ୍ବରୀ ନାମକ ଯୁବତୀଙ୍କ ସହ ହେମନ୍ତ କୁମାର ନାମକ ଯୁବକଙ୍କ ବିବାହ ଥିଲା । ଏଥିପାଇଁ ବରପକ୍ଷ ଲୋକେ ଟ୍ରାକ୍ଟର ଯୋଗେ କନ୍ୟାଘରକୁ ଆସୁଥିଲେ । ରାତି ପ୍ରାୟ ୮ଟା ୪୫ ସମୟରେ ବିବାହ ମଣ୍ଡପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବରଯାତ୍ରୀ ଗାଡିଟି(ଟ୍ରାକ୍ଟର) ଭାରସାମ୍ୟ ହରାଇ ଏକ ଖାଇ ମଧ୍ୟକୁ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ଥିବା ଲୋକମାନେ ଚାପି ହୋଇଯାଇଥିଲେ । ଶ୍ବାସରୁଦ୍ଧ ହେବା କାରଣରୁ ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ, ତିନି ଜମୟ ମହିଳା ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ଥିବା ଫାଙ୍କରେ ଖସିପଡିଲେ ଯୁବତୀ, ଦେଖନ୍ତୁ ଭିଡିଓ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଚିତ୍ତୋର ଜିଲ୍ଲାପାଳ ଓ ଏସପି ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରରେ ବିବାହ କରିବାକୁ ଯାଉଥିବା ଯୁବକ ଓ ତାଙ୍କ ପରିବାର ମଧ୍ୟ ବସିଥିଲେ । ଏହି ଦୁର୍ଘଟଣା ପରେ ବିବାହ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details