ଓଡିଶା

odisha

ETV Bharat / bharat

ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିଲା ବସ: 13 ମୃତ, 15 ସୁରକ୍ଷିତ ଉଦ୍ଧାର

ମଧ୍ୟପ୍ରଦେଶର ଧର ଜିଲ୍ଲାର ଖାଲଘାଟରେ ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ । ବର୍ତ୍ତମାନ ସୁଦ୍ଧା 13 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 15 ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ, ୮ ମୃତ
ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ, ୮ ମୃତ

By

Published : Jul 18, 2022, 11:42 AM IST

Updated : Jul 18, 2022, 7:33 PM IST

ଭୋପାଳ:ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଧର ଜିଲ୍ଲାର ଖାଲଘାଟରେ ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିଲା ବସ । ବର୍ତ୍ତମାନ ସୁଦ୍ଧା 13 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 15 ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଖାଲଘାଟରେ ଭାରସାମ୍ୟ ହରାଇ ପୋଲରୁ ନର୍ମଦା ନଦୀକୁ ଖସିପଡିଥିଲା ।

ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିଲା ବସ

ବସ୍‌ଟି ଇନ୍ଦୋରରୁ ୪୦ଜଣ ଯାତ୍ରୀଙ୍କୁ ନେଇ ପୁଣେ ଅଭିମୁଖେ ଯାଉଥିଲା । ବସରେ ରହିଥିବା ଅନେକ ଯାତ୍ରୀ ଇନ୍ଦୋର ଏବଂ ପୁଣେର ହୋଇଥିବା ନେଇ ସୂଚନା ରହିଛି । ତେବେ ବସରେ ୪୦ ଜଣ ଯାତ୍ରୀ ରହିଥିବାରୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବେ ଦୁଃଖିତ ବୋଲି ଟ୍ବିଟ କରିଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି ଯେ, " ମଧ୍ୟ ପ୍ରଦେଶର ଦୁର୍ଘଟଣା ଦୁଃଖଦ । ଦୁର୍ଘଟଣାରେ ପୀଡିତ ଯାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ହୋଇଥିବା ଯାତ୍ରୀଙ୍କ ନିକଟରେ ଆବଶ୍ୟକୀୟ ସୁବିଧା ପ୍ରଦାନ କରାଯାଉଛି ।"

Last Updated : Jul 18, 2022, 7:33 PM IST

ABOUT THE AUTHOR

...view details