ଓଡିଶା

odisha

By

Published : Oct 22, 2022, 7:47 AM IST

Updated : Oct 22, 2022, 9:51 AM IST

ETV Bharat / bharat

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ-ବସ ଧକ୍କାରେ 15 ଶ୍ରମିକ ମୃତ, 40 ଆହତ

ଟ୍ରକ୍ ସହ ବସ୍ ଧକ୍କା ହେବା ଯୋଗୁଁ 15 ଜଣ ଶ୍ରମିକଙ୍କ ମୃତ୍ୟୁ । ଏଥିରେ ୪୦ ଆହତ ହୋଇଥିବା ସୂଚନା

ଟ୍ରକ୍ ସହ ବସ୍ ଧକ୍କା: ୧୪ ଶ୍ରମିକଙ୍କ ମୃତ୍ୟୁ, ୪୦ ଆହତ
ଟ୍ରକ୍ ସହ ବସ୍ ଧକ୍କା: ୧୪ ଶ୍ରମିକଙ୍କ ମୃତ୍ୟୁ, ୪୦ ଆହତ

ଭୋପାଳ:ମଧ୍ୟପ୍ରଦେଶ ରିୱା ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ସହ ବସ୍ ଧକ୍କା ହେବା ଯୋଗୁଁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୪୦ ଯାତ୍ରୀ ଆହତ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରିରେ ରିୱା ଜିଲ୍ଲାର ସୋହାଗି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି(Rewa Road Accident) । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ତେବେ ଏହି ବସ୍‌ଟି ହାଇଦ୍ରାବାଦର ସିକନ୍ଦରାବାଦରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲା । ଏଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । ବସ୍ ଭାରସାମ୍ୟ ହରାଇ ସୋହାଗି ଠାରେ ଏକ ଟ୍ରକ ସହ ପିଟି ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିୱା ଏସପି ନବନୀତି ଭାସିନ ଏନେଇ ସୂଚନା ଦେଇଛନ୍ତି । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ବସ୍‌ରେ ଥିବା ଅଧିକାଂଶ ଯାତ୍ରୀଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ସେମାନେ ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଦିନକ ପରେ ଦୀପାବଳି ଥିବାରୁ ସମସ୍ତେ ଖୁସି ମନରେ ସିକନ୍ଦରାବାଦରୁ ବସ୍ ଯୋଗେ ଲକ୍ଷ୍ନୌ ଫେରୁଥିଲେ । ବାଟରେ ମଧ୍ୟପ୍ରଦେଶ କଟନୀରୁ ଆଉ କିଛି ଯାତ୍ରୀ ଏଥିରେ ଚଢିଥିଲେ । କିଛି ବାଟ ଯିବା ପରେ ରିୱା ସୋହାଗି ନିକଟରେ ବସ୍ ଆଗରେ ଯାଉଥିବା ଏକ ଟ୍ରକର କୌଣସି ଅଜଣା ଗାଡି ସହ ଧକ୍କା ହୋଇଥିଲା । ଏହାପରେ ପଛରେ ଯାଉଥିବା ବସ୍ ମଧ୍ୟ ଭାରସାମ୍ୟ ହରାଇ ସେହି ଟ୍ରକ ସହ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ପୁରା ଚୁରମାର ହୋଇଯାଇଥିଲା(road accident in Madhya Pradesh) । ଫଳରେ ଆଗ ସିଟ୍‌ରେ ଓ ଡ୍ରାଇଭର କ୍ୟାବିନରେ ବସିଥିବା ସମସ୍ତ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ପୋଲିସର ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଘର ଉତ୍ତରପ୍ରଦେଶ, ବିହାର ଓ ନେପାଳରେ । ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ପାଇଁ ପ୍ରଶାସନିକ ଟିମ୍ ପ୍ରଚେଷ୍ଟା କରୁଛି । ଆହତମାନଙ୍କ ଚିକିତ୍ସା ଚାଲିଛି ।

Last Updated : Oct 22, 2022, 9:51 AM IST

ABOUT THE AUTHOR

...view details