ଓଡିଶା

odisha

ETV Bharat / bharat

ଦୁର୍ଘଟଣା ପରେ ଜଳିଗଲା ବସ୍; 12 ଜୀବନ୍ତ ଦଗ୍ଧ

MP Bus Accident: ଦୁର୍ଘଟଣା ପରେ ବସରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ 12 ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 28, 2023, 6:51 AM IST

Updated : Dec 28, 2023, 7:02 AM IST

ଭୟଙ୍କର ସଡକ ଦୁର୍ଘଟଣା
bus and truck collision

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଅଗ୍ନିକାଣ୍ଡ ଘଟି 12 ଜଣ ଜୀବନ୍ତ ଦଗ୍ଧ । ଟ୍ରକ ସହ ଦୁର୍ଘଟଣା ପରେ ବସରେ ନିଆଁ ଲାଗି ଯାଇଥିଲା । ଏଥିରେ 14 ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁନା-ଆରୋନ ରୁଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନଥିବା ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ- ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ, 5 ଜୀବନ୍ତ ଦଗ୍ଧ

ପୋଲିସର ସୂଚନା ଅନୁଯାୟୀ, ଗୁନାରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ବସରେ ହଠାତ ନିଆଁ ଲାଗିବାରୁ ତାହା ହୁତୁ ହୁତୁ ହୋଇ ଜଳି ଉଠିଥିଲା । ଫଳରେ ବସ ଭିତରେ ଥିବା 12 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 14 ଜଣ ଆହତ ହୋଇଛନ୍ତି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସଙ୍ଗେ ସଙ୍ଗେ ଆହତଙ୍କୁ ଚିକିତ୍ସା ନିମନ୍ତେ ଗୁନା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ ନିଆଁକୁ ମଧ୍ୟ ଦମକଳ ବାହିନୀ ଦ୍ବାରା ଆୟତ୍ତ କରାଯାଇଛି । ଦୁର୍ଘଟଣା କେଉଁ କାରଣ ଯୋଗୁଁ ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଅଧିକ ସୂଚନା ଦିଆଯିବ ।

ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣା ପରେ ଜଳିଗଲା କାର୍; 8 ଜୀବନ୍ତ ଦଗ୍ଧ

ତେବେ ବସଟି କେଉଁ ସ୍ଥାନକୁ ଯାଉଥିଲା ସେନେଇ କିଛି ସୂଚନା ମିଳିପାରିନାହିଁ । କେତେ ଜଣ ଯାତ୍ରୀ ବସରେ ଥିଲେ ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ଗତ ଜୁଲାଇ ମାସରେ ମଧ୍ୟପ୍ରଦେଶ ସାନୋଧା ଥାନା ଅଞ୍ଚଳରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ଏକ କାରକୁ ଟ୍ରକ ଧକ୍କା ଦେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଭାରସାମ୍ୟ ହରାଇ ଟ୍ରକଟି ଦ୍ରୁତଗତିରେ ଆସି କାରକୁ ଧକ୍କା ଦେଇଥିଲା । ଯାହା ଫଳରେ କାରରେ ଥିବା 7 ଜଣଙ୍କ ମଧ୍ୟରେ 6 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗତ ବର୍ଷ ନଭେମ୍ବର ମାସରେ ଭୋପାଳରେ ଏକ ସଡକ ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା । ବେତୁଲ ଜିଲ୍ଲାରେ ବସ ଓ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

Last Updated : Dec 28, 2023, 7:02 AM IST

ABOUT THE AUTHOR

...view details