ଇସଲାମାବାଦ: ପାକିସ୍ତାନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସହର କରାଚିରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଥିରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଥିବା ନେଇ ପାକିସ୍ତାନର ଏକ ଗଣମାଧ୍ୟମ ସୂଚନା ଦେଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ କରାଚିର ବ୍ୟସ୍ତବହୁଳ ଶରଶାହା ପରଚା ଛକରେ ଥିବା ଏକ ବିଲ୍ଡିଂରେ ଏହି ବିସ୍ଫୋରଣ ଘଟିଛି ।