ଜୟପୁର:ରାଜସ୍ଥାନର ଉଦୟପୁରରେ ଏକ ପିକ-ଅପ ଓଲଟିପଡିବାରୁ 5 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ 15 ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସଂନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଗାଡିଟି ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ମୃତକ ପାଞ୍ଚଜଣ ଗୋଟିଏ ଗାଁର ବୋଲି ସୂଚନା ମିଳିଛି ।
Accident In Udaipur: ପିକଅପ ଓଲଟି 5 ମୃତ, 15ରୁ ଊର୍ଦ୍ଧ୍ବ ଆହତ - ଦୁର୍ଘଟଣାରେ 5 ମୃତ
ରାଜସ୍ଥାନ ଉଦୟପୁରରେ ବଡ଼ ଦୁର୍ଘଟଣା । ପିକଅପ ଓଲଟି 5 ମୃତ ଓ 15ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ
Accident In Udaipur: ପିକଅପ ଓଲଟି 5 ମୃତ, 15ରୁ ଉର୍ଦ୍ଧ୍ବ ଆହତ
ସୂଚନା ଅନୁସାରେ, ଉକ୍ତ ପିକଅପରେ ଛୋଟ ପିଲା ଏବଂ ମହିଳାମାନେ ମଧ୍ୟ ଥିଲେ । ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ଫୁଲ ସିଂ ମୀନା, ଜିଲ୍ଲାପାଳ ତରାଚାନ୍ଦ ମୀନା ଏବଂ ଏସ.ପି ମନୋଜ କୁମାର ଏମବି ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ