ମୁମ୍ବାଇ: ବାନ୍ଦ୍ରା-ଓ୍ବାର୍ଲି ସି ଲିଙ୍କରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି 5 ଜଣଙ୍କର ମୃତ୍ୟୁ ହୋଇଛି । ପୋଲକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଆମ୍ବୁଲାନ୍ସ ଓ ଅନ୍ୟ କିଛି ଗାଡି ପାର୍କିଂ ହୋଇଥିବା ବେଳେ ଏକ ଦୃତଗାମୀ କାର ଏକାଧିକ କାର ସମେତ ଆମ୍ବୁଲାନ୍ସକୁ ମଧ୍ୟ ଧକ୍କା ଦେଇଥିଲା (bandra worli sea link accident)। ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି । ଏଥିରେ 10 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଦୁର୍ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ମଧ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ପୋଲକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଆମ୍ବୁଲାନ୍ସ ସହିତ ଅନ୍ୟ କିଛି କାର ପାର୍କିଂ ହୋଇଥିଲା ବେଳେ ଏକ ଦୃତଗାମୀ କାର ଆସି ଧକ୍କା ଦେଇଥିଲା । ଏକାଧିକ କାରକୁ ଧକ୍କା ଦେବା ପରେ ଆମ୍ବୁଲାନ୍ସକୁ ମଧ୍ୟ ଧକ୍କା ଦେଇ ସେଠାରେ କାରଟି ଅଟକିଯାଇଥିଲା (ambulance hit by car in mumbai)। ତେବେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିଚୟ କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ରେକର୍ଡ ହୋଇଥିବା ଦୃଶ୍ୟରୁ ଏହା ଅନୁମାନ କରାଯାଉଛି ଯେ, ମାତ୍ରାଧିକ ସ୍ପିଡ କାରଣରୁ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଛି । ଖବର ପାଇ ପୋଲିସ ଓ ରେସ୍କ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର ଅପରେସନ ଜାରି ରହିଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।