ଚଣ୍ଡିଗଡ: ହରିୟାଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ଅଟୋ ସହ ଟ୍ରକ ପିଟି ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଶୁକ୍ରବାର ଅପରାହ୍ନ ସମୟରେ ପୁନାହନାର ମଢିୟାକି ଅଞ୍ଚଳ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।
ହରିୟାଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ମୃତ, ୪ ଆହତ - ଅଟୋକୁ ଧକ୍କା ଦେଲା ଟ୍ରକ
ହରିୟାଣାରେ ଭୟଙ୍କର ସଡକ ଦୁର୍ଘଟଣା । ୭ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୪ ଜଣ ଗୁରୁତର । ଅଧିକ ପଢନ୍ତୁ
ହରିୟାଣାରେ ମର୍ମନ୍ତୁଦ ଦୁର୍ଘଟଣା: ୭ ମୃତ, ୪ ଆହତ
ପୋଲିସର ସୂଚନା ଅନୁଯାୟୀ, ଅଟୋଟି ୧୧ ଜଣ ଯାତ୍ରୀଙ୍କୁ ନେଇ ପୁନାହନାରୁ ହୋଡଲ ଅଭିମୁଖେ ଯାଉଥିଲା । ଏହି ସମୟରେ ଟ୍ରକ ଭାରସାମ୍ୟ ହରାଇ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଅଟୋ ପାଖରେ ଥିବା ଡ୍ରେନରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ୭ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏ ଯାଏଁ ଦୁଇ ଜଣ ମୃତକଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।